ଆଠଗଡ ଓକିଲ ସଂଘ ତରଫରୁ ମଧୁସୂଦନ ଜୟନ୍ତୀ ପାଳିତ
ଆଠଗଡ,(ଉଲାପ୍ର) ଉତ୍କଳର ପ୍ରାଣ ପ୍ରତିଷ୍ଠାତା ତଥା ଓଡ଼ିଶାର ଗୌରବ ପ୍ରଥମ ଆଇନ ସ୍ନାତକ,ଓଡ଼ିଶାର ଘରେ ଘରେ ପରିଚିତ ମଧୁସୂଦନ ଦାସ ଙ୍କ ୧୭୨ ତମ ଜୟନ୍ତୀ କଟକ ଜିଲ୍ଲା ଦେୱାନୀ, ଓ ଫୌଜଦାରୀ ଅଦାଲତର ପରିସରରେ ସାମାଜିକ ଦୂରତ୍ୱ ରଖୁ ଉଭୟ କୋର୍ଟ ର ବିଚାରପତି ଙ୍କ ସମେତ

ବରିଷ୍ଠ ଆଇନଜୀବୀ ମାନଙ୍କୁ ନେଇ ପାଳନ କରିଛନ୍ତି ଆଠଗଡ଼ ର ସମସ୍ତ ଆଇନଜୀବୀ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାସ ସ୍ଵତ୍ରନ୍ତ୍ର ଓଡ଼ିଶା ଗଠନ ଓ ଓଡ଼ିଆ ଭାଷାକୁ ମଧୁବାବୁଙ୍କ ଗୁରୁତ୍ୱ କୁ ଆଲୋଚନା କରି

କ ରୋନା ଉପରେ ଆଇନଜୀବୀ ମାନେ ସତର୍କ ରହି ଲୋକମାନଙ୍କୁ ସେବାଯୋଗାଇ ଦେବାକୁ ଆହ୍ୱାନ କରିଥିଲେ,ଏହି ଜୟନ୍ତୀରେ ଅତିରିକ୍ତ ଜିଲା ଜଜ ଅରବିନ୍ଦ ପଟ୍ଟନାୟକ, ବରିଷ୍ଠ ଦେବନି ବିଚାରପତି ଶରତ କୁମାର ଜେନା,sdjm ସାସ୍ବତୀ ମିଶ୍ର,jmfc ସୌମ୍ୟ ଶେଖର ମହନ୍ତ,ଓକିଲ ସଂଘର ସଭାପତି ପ୍ରସନ୍ନ କୁମାର ରାଉତ,ସମ୍ପାଦକ ମନୋରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































