ବଜ୍ରପାତରେ ଚାଲିଗଲା ଜୀବନ ।
ଆଠଗଡ ରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଓ ଘଡଘଡି ହେବା ଯୋଗୁ ଜଣେ ବ୍ୟକ୍ତିଙ୍କ ଚାଲିଯାଇଛି ଜିବନ, ଅନ୍ୟ ତିନିଜଣ ଆହତ ହୋଇଛନ୍ତି, ପଶ୍ଚିମ ପଟୁ ଏହି ବର୍ଷା, ପବନ ଆସି ଘାଂଟିଥିଲା ଅଧଘଣ୍ଟା ପର୍ୟ୍ଯନ୍ତ, ଆଠଗଡ ବ୍ଲକ ସମାସରପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ହଟାତ କଳାହାଣ୍ଡିଆ ବର୍ଷା ସାଙ୍ଗକୁ ପବନ ବହିଥିଲା ଓ ଘଡଘଡି ମାରିଥିଲା,

ଏହି ଲୋକମାନେ ଆଉ ଗ୍ରାମକୁ ଯାଇନପାରି ବିଲରେ ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ ଚାରିଜଣ ଯାକ ଲୋକ,ଘଟଣା ସ୍ଥଳରେ ଟୁନା ବିଶ୍ବାଳଙ୍କ ମୃତୁ ଘଟିଥିବା ବେଳେ ଆହତ ହୋଇଥିଲେ ଜ୍ଞାନ ରାଉତ,ସାନୁ ଗଣ୍ଠିଆ, ରଜତ ରାଉତ।ବର୍ଷା ଛାଡିବା ପରେ ମୃତକ ଓ ଆହତଙ୍କୁ ଆଠଗଡ ମେଡିକାଲ ରେ ଭର୍ତି କରାଯାଇଥିଲା, ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି,ଏହି ଘଟଣା ନେଇ ସମ ସରପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































