ପ୍ରକୃତ ଜୋଧା ସାମ୍ବାଦିକ ମାନେ, କୋଡିଏ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ଅସ୍ଥିଶଲ୍ୟ ଚିକିତ୍ସକ ପ୍ରତାପରୁଦ୍ର ବେଉରା
ଆଠଗଡ,(ଉଲାପ୍ର)କରୋନା ପାଇଁ ସମସ୍ତେ ଲଢ଼ୁଛନ୍ତି,କିଏ ଚାରିମାସର ଦରମା ଆଗୁଆ ପାଇଛି ତ ଆଉ କାହା ପାଇଁ ସରକାରଙ୍କ ତରଫରୁ ବହୁତ ସୁବିଧା ସୁଯୋଗ ଘୋଷଣା,ହେଲେ ବିନା ସ୍ବାର୍ଥ ରେ ଗ୍ରାମାଞ୍ଚଳର ସାମ୍ବାଦିକ ଟିଏ ମାଗଣାରେ ସମ୍ବାଦପତ୍ର ଠାରୁ କୌଣସି ଅର୍ଥ ନପାଇ

କରୋନା ଲଢେଇରେ ଶ୍ୱେତପ୍ରବୃତ ଭାବେ ଲଢେଇ କରୁଛି,ସରକାର ସାମ୍ବାଦିକଙ୍କ ପାଇଁ ଘୋଷଣା କରିଛନ୍ତି କରୋନା ଲଢେଇରେ ସାମ୍ବାଦିକ ଟିଏ ମୃତୁବରଣ କଲେ ତା ପରିବାର ୧୫ଲକ୍ଷ ଟଙ୍କା ପାଇବ,ଆଉ ଏତିକି ବେଳେ ସାମ୍ବାଦିକଙ୍କ ମନୋବଳ ବଢ଼ାଇ ଛନ୍ତି ଆଠଗଡ କୁଲାଇଲୋ ଅନନ୍ତବେଉରା

ଅସ୍ଥିଶଲ୍ୟ ଚିକିତ୍ସା ସେବା ସଦନର ଅଧ୍ୟକ୍ଷ ପ୍ରତାପରୁଦ୍ର ବେଉରା,ଆଜି ଆଠଗଡ ର ସମସ୍ତ ସାମ୍ବାଦିକ ଙ୍କୁ କରୋନା ଜୋଧା ଭାବେ ଘୋଷଣା କରି ସାମ୍ବାଦିକଙ୍କ ମନୋବଳ କୁ ଦୃଢ଼ୀଭୂତ କରିଛନ୍ତି,

ପ୍ରତାପରୁଦ୍ର ବାବୁଙ୍କ ଏଭଳି କାର୍ଯ୍ୟକୁ ସବୁ ସାମ୍ବାଦିକ ମାନେ ସ୍ୱାଗତ କରିଛନ୍ତି,ଅନନ୍ତବେଉରା ଅସ୍ଥିଶଲ୍ୟ ଚିକିସ୍ଥା ସେବାସଦନ ର ସଭାପତି ପ୍ରଫୁଲ ଚନ୍ଦ୍ର ପରିଡା ଏଥିରେ ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ସନାତନ ରାୟ ଯୋଗ ଦେଇଥିଲେ,

ଏହି କାର୍ଯ୍ୟକ୍ରମ ରେ ସେବାସଦନ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, ଅନନ୍ତବେଉରା ଅସ୍ଥିଶଲ୍ୟ ସେବାସଦନ ରାଜ୍ୟରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପାଇଁ ପ୍ରେରଣା ପାଲଟିଛି,ପ୍ରତାପରୁଦ୍ର ବାବୁଙ୍କ ଏଭଳି କାର୍ଯ୍ୟକୁ ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ଓ ଆଠଗଡ ସାମ୍ବାଦିକ ସଂଘ ତରଫରୁ ସ୍ୱାଗତ କରାଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































