ମୁଁ କହିଲି ନାମ ପଞ୍ଜିକରଣ କର, ମୋତେ ବାପ-ପୁଅ ମିଶି ବାଡ଼େଇଲେ
ନୟାଗଡ଼ (): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଗୃହରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବାକୁ ବିରୋଧ କରି ଜଣେ ଯୁବକ ସରପଞ୍ଚଙ୍କୁ ଆକ୍ରମଣ କରିଥିବା କରିଥିବା ବେଳେ ନାମ ପଞ୍ଜିକରଣକୁ ନେଇ ଯୁବକଙ୍କ ରୋଷର ଶିକାର ହୋଇ ମାଡ଼ ଖାଇଛନ୍ତି ଆଶାକର୍ମୀ । ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତର ରାଜନଗର ଗାଁର ସ୍କୁଲ ଗୃହକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମରାମତି କାମ ଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜନଗର ଗାଁର ଜଣେ ଯୁବକ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।ଏନେଇ ସରପଞ୍ଚ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ସୁରକ୍ଷା ପାଇଁ ସରକାରଙ୍କୁ ଦାବି କରିଛନ୍ତି । ସେହିପରି ଏହି ବ୍ଲକ ବୃନ୍ଦାବନପୁର ପଞ୍ଚାୟତ ବିନୋଦପଡା ଗାଁର ଆଶାକର୍ମୀ ନଳିନୀ ପ୍ରଧାନ ଜଣେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପୃଥକ ବାସ ପାଇଁ ପଞ୍ଜିକରଣ କରିବାରୁ ଉକ୍ତ ଯୁବକ ଜଣକ ଆକ୍ରମଣ କରିଛନ୍ତି। ଆଶାକର୍ମୀ ଜଣକ କହିଛନ୍ତି ଯେ, ଭୁବନେଶ୍ୱରର ବମିଖାଲରୁ ଜଣେ ଯୁବକ ଆମ ଗାଁକୁ ଆସିଥିଲେ। ତାଙ୍କର ରିପୋର୍ଟ ମୁଁ ପଞ୍ଜିକୃତ କରିବା ପାଇଁ ଦେଇଥିଲି। ମୁଁ ସର୍ଭେ କରିବାକୁ ଯାଇଥିବା ବେଳେ ତାଙ୍କ ବାପା ମୋତେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କଲେ।କାହିଁକି ମୋ ପୁଅ ନା ଲେଖିଦେଲୁ। ପରେ ବାପ-ପୁଅ ମୋତେ ଘୋଷାଡ଼ିକି ବାଡ଼େଇଲେ। ତେବେ ଆଶା କର୍ମୀ ନଳିନୀ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେବା ସହ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୁଲିସ ଦୁଇଟି ଘଟଣାର ତଦନ୍ତ ଚଳାଇଛି । ମାତ୍ର ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ନାହିଁ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































