ଯୁବତୀ ଅପହରଣ ଉଦ୍ୟମ; ଅପହର୍ତ୍ତାକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକ
ଢ଼େଙ୍କାନାଳ: ଜଣେ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ଜନୈକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଅପହରଣ କରିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକ ତାକୁ ଧରି ନିସ୍ତୁକ ପିଟିବା ଯୋଗୁଁ ଯୁବକର ଜୀବନ ଯାଇଛି । ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲାର ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ । ଯୁବକର ନାମ ମାନସ ସାମଲ ଓ ତାର ଘର ଗଁଦିଆ ଥାନା ଅନ୍ତର୍ଗତ ଦଣ୍ଡେଇବରେଣି ଗ୍ରାମରେ ବୋଲି ସୂଚନା ମିଳିଛି ।ଯୁବକଙ୍କ ସାଙ୍ଗ ମାନଙ୍କ ସୂତ୍ର ରୁ ଜଣା ପଡିଛି ଯେ ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଏକ ତରଫା ପ୍ରେମ କରୁଥିଲେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































