ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର
ଠାକୁରମୁଣ୍ଡା: ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତା ମହୁଲଡିହା ଥାନା ଗୋଡ଼ଭୋଙ୍ଗା ନିକଟରେ ଆଜି ଦିନ ପ୍ରାୟ ୧ ଟା ସମୟରେ କଟକ ରୁ ଠାକୁରମୁଣ୍ଡା କୁ ଏକ କାର ଯୋଗେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଛି। ଫଳରେ କାରଟି ରାସ୍ତା ଉପରେ ଓଲଟି ପଡିଥିଲା। କାରରେ ଥିବା ଜଣେ ବାଳିକା ଗୁରୁତର ଭାବେ ଆହତ ଥିବା ବେଳେ ୩ ଜଣ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ଗୁରୁତର ଥିବା ବାଳିକା ଜଣକ ରଶ୍ମିତା ଦଳେଇ ଘର ଆନନ୍ଦପୁର ବ୍ଲକ ବାଲିବାରୁଆ ବୋଲି ଜଣାଯାଇଛି। ଦୁର୍ଘଟଣା ପରେ ମହୁଲଡିହା ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି। କାରଟି ଠାକୁରମୁଣ୍ଡା ନିକଟ ନିହାଣଗଣ୍ଡି ଗ୍ରାମ ରଘୁ ଜେନା ପରିବାର ସହ ତାଙ୍କର ସମ୍ପର୍କୀୟମାନେ ଥିବାର ଜଣାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































