ଅମ୍ଫାନ ପାଇଁ ଆଠଗଡ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ
ଆଠଗଡ,(ଉଲାପ୍ର)କରୋନା ପରେ ଅମ୍ଫାନ କୁ ନେଇ ରୂପକୂଳବର୍ତୀ ଜିଲା ଗୁଡିକ ଚିନ୍ତିତ ଅଛନ୍ତି,ଅମ୍ଫାନ କୋଡିଏ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି,ସାମୁଦ୍ରିକ ଝଡ଼ ଅମ୍ଫାନ ଦୀଘା ଓ ସାଗର ଦୀପ ମଧ୍ୟରେ ମାଡ଼ ହେବାର ଆକଳନ କରା ଯାଉଥିବା ବେଳେ

ତାର ଗତିପଥ ବଦଳିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ,ଏହି ପରିପ୍ରେକ୍ଷୀରେ ଆଠଗଡ ଅଗ୍ନିଶମ ବିଭାଗ ବାତ୍ୟା ଅମ୍ଫାନ କୁ ନେଇ ପୁରା ପ୍ରସ୍ତୁତ ଥିବାର ଜଣାପଡିଛି,

ରବିବାର ଦିନ ଅଫିସ ପରିସରରେ ଏକ ମକ ଡ୍ରିଲ କରାଯାଇ କର୍ମଚାରୀ ମାନେ ପୁରା ପ୍ରସ୍ତୁତ ଥିବାର ସନ୍ଦେଶ ଦେଇଛନ୍ତି, ଆଠଗଡ ବାଙ୍କୀ କୁ ନେଇ ଏହି ଉପଖଣ୍ଡ ଗଠନ ହୋଇଥିବା ବେଳେ ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର, ବାଲିଝରି, ବାଙ୍କୀ, କଳା ପଥର ପ୍ରଭୁତି ଷ୍ଟେସନ ମାନଙ୍କରେ ସମସ୍ତ କର୍ମଚାରୀ ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସାରିଛନ୍ତି,

ସରକାର ନିର୍ଦେଶ ଦେଲେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରକାଶ କରିଛନ୍ତି ଆଠଗଡ ଉପଖଣ୍ଡ ଅଗ୍ନିଶମ ବିଭାଗ ଅଧିକାରୀ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































