୧୯୯୯ ପରେ ବଙ୍ଗୋପସାଗରରେ ସୃଷ୍ଟିହେଲା ଦ୍ୱିତୀୟ ମହାବାତ୍ୟା ‘ଅମ୍ଫାନ୍’: ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ
ନୂଆଦିଲ୍ଲୀ/ ଭୁବନେଶ୍ୱର ୧୮/୦୫/୨୦ : ୧୯୯୯ ପରେ ବଙ୍ଗୋପସାଗରରେ ସୃଷ୍ଟିହୋଇଛି ଦ୍ୱିତୀୟ ସାମୁଦ୍ରିକ ମହାବାତ୍ୟା ‘ଅମ୍ଫାନ୍’। ଏବେ ସମୁଦ୍ର ମଧ୍ୟରେ ଥାଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ଏହି ମହାବାତ୍ୟା ଅମ୍ଫାନ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ। ଅମ୍ଫାନ୍ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମସ୍ତ ସମ୍ଭାବନା ରହିଥିଲେ ମଧ୍ୟ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର କରିବାର ଆଦୌ କୌଣସି ପ୍ରକାରର ସମ୍ଭାବନା ନାହିଁ ବୋଲି ବୋଲି ଆଜି ସନ୍ଧ୍ୟାରେ ସ୍ପଷ୍ଟ କରି ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































