ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।
ଆଠଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ଅଟାଳି ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ତହସିଲଦାର ତପନ ଖୁଣ୍ଟିଆ,dsp ଆଲୋକ ରଞ୍ଜନ ରାୟ, nac କାର୍ଯ୍ୟନିର୍ବାହୀ ଅଧିକାରୀ,ସୂଚନା ଲୋକସମ୍ପର୍କ ଅଧିକାରୀ ତଥା ଦେବୋତ୍ତର କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସାମ୍ବାଦିକ,ଆଇନଜୀବୀ,ବଜାର କମିଟିର ମୁଖ୍ୟ ତଥା ପୂଜକ,ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ପୁରୀରେ ଯେପରି ରୀତିନୀତି ଅନୁଯାୟୀ ସରକାର ରଥଯାତ୍ରା ପାଳନ କରିବେ ସେହି ଅନୁଯାୟୀ ଆଠଗଡ ରେ ଅଟାଳି ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଠିତ ହେବବୋଲି ମତ ପ୍ରକାଶ ପାଇଥିଲା, କରୋନା ଯୋଗୁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିବା ଯୋଗୁ ଆଠଗଡ ପ୍ରଶାସନ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































