ଆଠଗଡ଼ ରେ ବିଶ୍ୱ ପରିବେଶ ଦିବସ ପାଳିତ
ଆଠଗଡ ବିକାଶ ପରିଷଦ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ
ଆଠଗଡ଼,(ଉଲାପ୍ର)ଆଠଗଡ ବିକାଶ ପରଷଦ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ସ୍ଥାନୀୟ ଉତ୍ତରାଚଣ୍ଡି ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ପରିଷଦର ସଭାପତି ରାମନାରାୟଣ ମହାନ୍ତି ଙ୍କ ସହିତ ଆଠଗଡ ଓକିଲ ସଂଘର ସଭାପତି ବିଷ୍ଣୁ ପ୍ରସାଦ ସାହୁ , ବରିଷ୍ଠ ଆଇନିଜିବି ଅନିଲ ମହାପାତ୍ର ଅତିଥୀ ଭାବେ ଯୋଗ ଦେଇ ବିଭିନ୍ନ ଓୌଷଧିୟ ବୃକ୍ଷ ରୋପଣ କରିଥିଲେ , ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ମିଶ୍ର ,ସଦସ୍ୟ ଲଳିତ ରଂଜନ ସାହୁ , ଜ୍ଞାନ ରଂଜନ ମହାପାତ୍ର , ନୀଳକଣ୍ଠ ଦୋରା ଓ ଆଇନିଜିବି ପ୍ରମୋଦ କୁମାର ଜେନା , ମନୋଜ କୁମାର ପଟ୍ଟନାୟକ , ରବି ନାରାୟଣ ବେହେରା ,ପ୍ରମୂଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଗୋଟିଏ ଗଛ ଗୋଟିଏ ଜୀବନ , ସମସ୍ତେ ଶପଥ ନେଇ ଗଛଟିଏ ଲଗାନ୍ତୁ ବୋଲି ମତବ୍ୟକ୍ତ କରିଥିଲେ।


Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































