ସ୍ନାନପୁର୍ଣିମା ରେ ଭକ୍ତ କାଳିଆକୁ ଦର୍ଶନ କରି ନପାରି ଗୁମୁରି ଗୁମୁରି କାନ୍ଦୁଛି, ଭିତରେ କାଳିଆ, ଗେଟ ବାହାରେ ଭକ୍ତ
(ଉଲାପ୍ର)ଭକ୍ତ ଆଉ ଭଗବାନ ଏକାଠି, ହେଲେ ଭକ୍ତ ଆଜି ଅଲଗା ଆଉ ଭଗବାନ ଆଜି ଅଲଗା,ଦେବସ୍ନାନ ପୂର୍ଣ୍ଣିମା ରେ ଭକ୍ତ ଆଜି ଗୁମୁରି କାନ୍ଦୁଛି,ଏଦୃଶ୍ୟ ହେଉଛି ଆଠଗଡ ସହର ଅଟ୍ଟାଳି ଜଗନାଥଙ୍କ ର,ଗୋଟିଏ ପଟେ କୋଟି ମାନସର ଦେବତା ମହାପ୍ରଭୁ ଜଗନ୍ନାଥ ସ୍ନାନପୁର୍ଣିମା ରେ ଏକା ଏକା ଭକ୍ତବିନା ସ୍ନାନ ମଣ୍ଡପକୁ ଯାଉଛନ୍ତି ସ୍ନାନ କରିବା ପାଇଁ,

ଅନ୍ୟପଟେ ମନ୍ଦିର ଗେଟରେ ତାଲା ପଡିଥିବା ବେଳେ ଗେଟ ବାହାରେ ଭକ୍ତ ହାତରେ ଘିଅ ଦୀପ,ଭୋଗ ଧରି କାଳିଆକୁ ଦର୍ଶନ କରିବାପାଇଁ ଅନାଇ ରହିଛି,ହେଲେ କରୋନା ଯୋଗୁ ପ୍ରଶାସନର କଟକଣା ଯୋଗୁ ଭକ୍ତ ଆଜି ମନ୍ଦିର ଭିତରକୁ ଯାଇ ନପାରି ଗୁମୁରି ଗୁମୁରି କାନ୍ଦୁଛି,ବଡ ହୃଦୟ ବିଦାରକ ଏହି ଦୃଶ୍ୟ,କାଳିଆ ସତରେ କଣ ଭକ୍ତକୁ ଆଜି ଏହା ଦେଖିବାକୁ ବାକିଥିଲା,କହରେ କାଳିଆ କେବେ ମିଳିବ ତୋ ଦର୍ଶନ ଏହା ବୟାନ କରୁଛି ଭକ୍ତ ଙ୍କ ଆବେଗରୁ।

ଆଜି ଅଟାଳି ଜଗନ୍ନାଥଙ୍କ ରୀତିନୀତି ଅନୁଯାୟୀ ସକାଳେ ସମସ୍ତ ପୂଜା ନୀତି ସରିବା ପରେ ଅଟାଳି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାଙ୍କୁ ପହଣ୍ଡି କରାଯାଇ ସ୍ନାନମଣ୍ଡପ ରେ ବିଜେ କରାଯାଇଥିଲା,ପରେ ୧୫ଜଣ ସେବାୟତ ଙ୍କୁ ନେଇ ଜଗନ୍ନାଥ ଙ୍କ ପହଣ୍ଡି କରାଯାଇ ସ୍ନାନମଣ୍ଡପ ରେ ବିଜେ କରାଯାଇଥିଲା,

ଏହା ପରେ ରାଜ ପୁରୋହିତ ସୁଶାନ୍ତ ମିଶ୍ର ପୂଜା ନୀତି ସାରିବା ପରେ ବଡ଼ପଣ୍ଡା ଶରତ ପଣ୍ଡା,ସାନ ପଣ୍ଡା ସୁଶାନ୍ତ ପଣ୍ଡା ଅନ୍ୟ ସେବାୟତ ମାନେ ମହାପ୍ରଭୁଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଇଥିଲେ,ଏହାପରେ ଅଟାଳି ଜଗନ୍ନାଥଙ୍କ ଗଜାନନ ବେଶ୍ ଅନୁଷ୍ଠିତ ହୋଇଯାଇଛି,ପ୍ରଶାସନର କଡା କଟ କଣା ମଧ୍ୟରେ ଦେବୋତ୍ତର ବିଭାଗ ମୁଖ୍ୟ ତଥା ଆଠଗଡ଼ ଉପଜିଲାପାଳ ଅଯାମ୍ବର୍ ମହାନ୍ତି ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































