କୋରାପୁଟରୁ ବିପୁଳ ମାଓ ସାମଗ୍ରୀ ଜବତ
ଜୟପୁର: କୋରାପୁଟ ଜିଲାର ବୈପାରିଗୁଡ଼ା ନିକଟସ୍ଥ କୋଲାବ ନଦୀ ପାର୍ଶ୍ବ ଜଙ୍ଗଲରୁ ପୁଲିସ ଓ ବିଏସ୍ଏଫ୍ ଯବାନ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ୨ଟି କ୍ଲେମର ମାଇନ, କେଡେକ୍ସ ତାର, ୮ଟି ରିଚାର୍ଜେବୁଲ ବ୍ୟାଟେରୀ, ୧ କେଜି ଗନ ପାଉଡର, ସ୍ପ୍ରିଣ୍ଚର୍ସ(ଆଇରନ ପିସେସ) ୫ କେଜି, ମାଓ ପୁସ୍ତିକା ଏବଂ ହ୍ୟାଣ୍ଡବୁକ୍, ଗୋଟିଏ ଛୁରୀ, ଗୋଟିଏ ୱାକିଟକି, ୨ଟି ୟୁନିଫର୍ମ ବେଲ୍ଟ, ୫ଟି ବବି ଟ୍ରାପ୍ସ, ୨ଟି ବମ୍ ସ୍ୱିଚ, ୪୯ଟି ଜିଲୋଟିନ ଷ୍ଟିକ, ୪ଟି ଇଲେକଟ୍ରିକାଲ ଡିଟୋନେଟର, ଗୋଟିଏ ପ୍ଲାଷ୍ଟିକ ଡ୍ରମ, ଲେଟରପ୍ୟାଡ଼୍ ଠାବ କରାଯାଇଛି ।କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀଙ୍କ ସହ ପୋଲିସ ଟିମ ଏହି ଅପରେସନରେ ସାମିଲ ଥିଲେ|୧୫୧ ବିଏସଫ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା ବୈପାରୀଗୁଡା ସ୍ଥିତ ବିଏସଏଫ ଶିବିରରେ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡ଼ିପିଓ ବରୁଣ ଗୁଣ୍ତୁପାଲି ଏ ସମ୍ପର୍କରେ ଜଣାଇଛନ୍ତି | ଅଗାମୀ ଦିନରେ ଏହି ମିଳିତ ଅପେରସନ ଜାରି ରହିବ ନେଇ ଜଣାଇଛନ୍ତି ଏସଡିପିଓ |
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































