ଅଢେଇ ମାସରେ ୧୭୫ ନିୟୁତ ଟନ ସାମଗ୍ରୀ ପହଞ୍ଚାଇଛି ରେଳ
ଉଲାପ୍ର : କରୋନା ମହାମାରୀ ଜନିତ ଦେଶରେ ଲକ୍ଡାଉନ୍ ସମୟରେ ରେଳ ବିଭାଗ ଉଭୟ ଜନସାଧାରଣ ଏବଂ ଶିଳ୍ପଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ସଫଳତା ହାସଲ କରିଛି। ଏପ୍ରିଲ୍ ମାସ ତୁଳନାରେ ମେ ମାସରେ ରେଳ ବିଭାଗ ୨୫ ଭାଗ ଅଧିକ ସାମଗ୍ରୀ ପରିବହନ କରିଥିବା ସୂଚନା ମିଳିଛି। ଏପ୍ରିଲ୍ ମାସରେ ୬୫ ଦଶମିକ ୧/୪ ନିୟୁତ ଟନ୍ ଏବଂ ମେ ମାସରେ ୮୨ ଦଶମିକ ୨/୭ ନିୟୁତ ଟନ୍ ସାମଗ୍ରୀ ପରିବହନ ସହ ଏପର୍ଯ୍ୟନ୍ତ ୧୭୫ ଦଶମିକ ୪/୬ ନିୟୁତ ଟନ୍ ସାମଗ୍ରୀ ପରିବହନ କରିଛି।୨୨ ମାର୍ଚ୍ଚଠାରୁ ଆଜି ପର୍ଯ୍ୟନ୍ତ ୩ ହଜାର ୮୭୧ଟି ପାର୍ଶଲ୍ ଟ୍ରେନରେ ପାଖାପାଖି ୧ ଲକ୍ଷ ୩୭ ହଜାର ଟନ୍ ସାମଗ୍ରୀ ସହ ଔଷଧ ପତ୍ର, ଖାଦ୍ୟଶସ୍ୟ ଏବଂ କୃଷିଜାତ ସାମଗ୍ରୀ ନିରବଚ୍ଛିନ୍ନ ଭାବେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ରେଳବାଇ ପକ୍ଷରୁ ଲକ୍ଡାଉନ୍ କାଳରେ ଦିଲ୍ଲୀ, ମୁମ୍ବାଇ, କୋଲ୍କାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ପ୍ରମୁଖ ସହରଗୁଡ଼ିକୁ ନିୟମିତ ଟ୍ରେନ୍ ଚଳାଚଳ ସହ ସମସ୍ତ ରାଜ୍ୟ ରାଜଧାନୀ ସହ ସଂଯୋଗ ସ୍ଥାପନ କରିବାରେ ସଫଳ ହୋଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































