ଅସହାୟ ସମୟର ବନ୍ଧୁ ପ୍ରକୃତ ବନ୍ଧୁ
ଆଠଗଡ(ଉଲାପ୍ର)ଅସହାୟ ସମୟର ବନ୍ଧୁ ପ୍ରକୃତ ବନ୍ଧୁ,ଯାହା ଆଜି କରି ଦେଖାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର, କୋଭିଡ 19 ବା କରୋନା ସମୟରେ ସାରା ବିଶ୍ୱ ଜୁଝୁଥିବା ବେଳେ ଆଠଗଡରେ ବ୍ରାହ୍ମଣ ଏବଂ ମନ୍ଦିର ସେବକ ମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି, ପୁରୀ ଶଙ୍କରାଚାର୍ଯ୍ୟ ତରଫରୁ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର ତାଙ୍କ ସହଯୋଗୀ ସଦସ୍ୟ ମାନେ ତଥା

ଆଦିତ୍ୟ ଯୁବ ବାହିନୀ ର କର୍ମକର୍ତା ମାନେ ଆଜି ଆଠଗଡ ଆସି ଜଗନ୍ନାଥ ମନ୍ଦିରରେ ସ୍ଥାନୀୟ ବ୍ରାହ୍ମଣ ମାନଙ୍କୁ ଏକ ସପ୍ତାହ ର ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି, ଯୋଉଥିରେ ଚୁଡା, ଗୁଡ଼, ଚିନି, ଡାଲି ପ୍ରଭୁତି ରହିଛି,ପୁରୀ ଗୋବର୍ଦ୍ଧନ ପୀଠର ଏହି ମହାନତା କୁ ନେଇ ଆଠଗଡ଼ ବ୍ରାହ୍ମଣ ସମାଜ ତରଫରୁ ବେଶ ପ୍ରନ୍ସସା କରାଯାଇଛି। ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବାରୁ ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡିଥିବାରୁ ଏଭଳି ଦାନ ପାଇଁ ସମସ୍ତ ବ୍ରାହ୍ମଣ ମାନେ ସଙ୍ଗଠନ ର କର୍ମକର୍ତ୍ତା ମାନଙ୍କୁ ଆଶିର୍ବାଦ ଦେବା ସହିତ ଦାତାାର ମଙ୍ଗଳ କାମନା କରିଥିଲେ

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































