ଶହଶହ ବର୍ଷର ପରମ୍ପରା ଆଠଗଡ ରଥଯାତ୍ରା ବନ୍ଦ ହେଲା
ଆଠଗଡ,(ଉଲାପ୍ର)ଆଠଗଡ ର ଅଟାଳି ଜଗନ୍ନାଥ ଚଳିତ ବର୍ଷ ଦର୍ଶନ ଦେବେନି ଭକ୍ତଙ୍କୁ, ଆଠଗଡ ରେ ପ୍ରଶାସନ ଲଗାଇଲା କୋଭିଡ କଟକଣା,ଶହଶହ ବର୍ଷର ପରମ୍ପରା ରେ କୋଭିଡ ଦେଇଚି ମାଡ଼,ସାରା ବିଶ୍ୱ ଏବେ କ ରୋନା କୁ ନେଇ ଜୁଝୁଥିବା ବେଳେ ଆଠଗଡ ରେ ପ୍ରଶାସନ କୋଭିଡ କଟକଣା କୁ ନେଇ ସର୍ବସମାତି କ୍ରମେ ଚଳିତ ବର୍ଷ ଆଠଗଡ ରଥଯାତ୍ରା କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି,ସ୍ନାନପୁର୍ଣିମା ରେ ପ୍ରଶାସନ ତରଫରୁ କୋଭିଡ କଟକଣା ଲଗାଇବାରୁ ଭକ୍ତ ଯାଇପାରିଲେ ନାହିଁ ସ୍ନାନଯାତ୍ରା ଦେଖିବାକୁ,

ଗୋଟିଏ ପଟେ ଭକ୍ତ ମନ୍ଦିର ଗେଟ ବାହାରେ ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ସେପଟେ ମନ୍ଦିର ଭିତରେ ଚାଲିଥିଲା ଜଗନ୍ନାଥଙ୍କ ସ୍ନାନ ଯାତ୍ରା,ଭକ୍ତ ଆଖିରୁ ବାହାରି ଆସିଥିଲା ଲୁହ,ଏବେ ରଥଯାତ୍ରା ବନ୍ଦ ହୋଇଯାଇଥିବା ଯୋଗୁ କାରୀଗରଙ୍କ ଆଖି ରେ ଆସିଯାଇଛି ଲୁହର ଅଶ୍ରୁ,ସତେ କଣ ପ୍ରଭୁ ତମର ରଥଯାତ୍ରା କୁ ବନ୍ଦ କରିବାର ଥିଲା।

,ବୁଧବାର ଦିନ ଅପରାହ୍ନରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଆଠଗଡ ରଥଯାତ୍ରା ହେବକି ନାହିଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ଆଠଗଡ ଡ଼ିଏସପି,ତହସିଲଦାର, ଏସଡିଏମଓ, ସୂଚନା ଲୋକ ସମ୍ପର୍କ ଅଧିକାରୀ, ସାମ୍ବାଦିକ,ଆଇନିଜୀବୀ,

ମନ୍ଦିର ସେବକ,ବଡ଼ପଣ୍ଡା,ରାଜ ପୁରୋହିତ,ସାମ୍ବାଦିକ ଓ ବିଭିନ୍ନ ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ,କୋଭିଡ କଟକଣା ଯୋଗୁ ସରକାର ପୁରୀରେ ରଥଯାତ୍ରା ହେବକି ନାହିଁ ଏ ସମ୍ପର୍କରେ ସଠିକ ତଥ୍ୟ ରଖି ପାରୁନଥିବା ଯୋଗୁ ଆଠଗଡ ରେ ଚଳିତ ବର୍ଷ ରଥଯାତ୍ରା କୁ ସର୍ବସମତି କ୍ରମେ ବନ୍ଦ କରାଯାଇଥିଲା,ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚି ସାରିଥିବା ବେଳେ ରଥନିର୍ମାଣ କାର୍ଯ୍ୟକୁ ଅଧାରୁ ବନ୍ଦ କରି ଦିଆଯାଇଛି,

ଅଟାଳି ଜଗନ୍ନାଥ ଙ୍କ ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ କରିବା ପାଇଁ ସ୍ଥିରୀକୃତ ହୋଇଛି,ନେତ୍ର ଉତ୍ସବ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ବାହାର ମଣ୍ଡପରେ ରହି ପୂଜା ପାଇବେ,ମନ୍ଦିର ଦ୍ଵାରକୁ

ସମ୍ପୂର୍ଣ ସିଲ କରାଯିବ,କୌଣସି ଭକ୍ତ ଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ଆଠଗଡ଼ ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































