ଚୁଲିରେ ଫୁଟୁଥିବା ପାଣିରେ ଯୁବକଙ୍କ ହାତ ବୁଡ଼ାଇଲେ ୧୩ ଜଣ
ନୟାଗଡ଼/ ନବରଙ୍ଗପୁର :(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ।ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ ପରିବାର ଲୋକେ ଉଦ୍ଧାର କରି ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାରେ ରଣପୁର ଥାନା ପୋଲିସ ୧୩ ଜଣକୁ ଗିରଫ କରି ଘଟଣାରେ ତଦନ୍ତ ଜାରି ରଖିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































