ବଜ୍ରକାପ୍ତା ର ଖଣି ପାଲଟିଛି ଆଠଗଡ ବନଖଣ୍ଡ
ଆଠଗଡ(ଉଲାପ୍ର)ବଜ୍ରକାପ୍ତା ରୁ କରୋନା ବ୍ୟାପିଥିବା ଚାଇନା କହୁଥିବା ବେଳେ ଚାଇନା ସହିତ ଆଠଗଡ ର କିଛି ଲିଙ୍କ ଅଛିକି ? ଯଦି ନାହିଁ ଓଡ଼ିଶାରେ ଆଠଗଡ଼ ବନଖଣ୍ଡ ରେ ଏତେ ବଜ୍ରକାପ୍ତା ଧରା ହେଉଛନ୍ତି କୁଆଡୁ,ଆଜି ଏକ ବଜ୍ରକାପ୍ତା କୁ ବୁଦ୍ଧିଆ ପାଟଣା ଗ୍ରାମର କୂଅ ମଧ୍ୟରୁ ଧରାଯାଇଥିଲା,ଆଠଗଡ ରେଞ୍ଜର ବଜ୍ରକାପ୍ତା ଟିକୁ ନିଜ ଅଫିସ ରେ ବିନା ଗ୍ଲୋବସ ରେ ନଧରି ଖାଲି ହାତରେ ଧରିଥିବା ଦେଖା ଯାଇଛି ଓ ତାକୁ ଆଉଁସି ଛନ୍ତି,ଆଠଗଡ ରେଞ୍ଜର ବଜ୍ରକାପ୍ତା କୁ ହାତରେ ଧରି କଣ ଠିକ କରିଛନ୍ତି କି,ଆଠଗଡ ବନଖଣ୍ଡ ରେ ପୂର୍ବରୁ 5 ରୁ ଅଧିକ ବଜ୍ରକାପ୍ତା ଧରାଗଲାଣି,ତେବେ ଏହି ସବୁ ବଜ୍ରକାପ୍ତା ଆସୁଛି କେଉଁଠୁ,

ବନବିଭାଗ ଏହି ଘଟଣାରେ 30 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛନ୍ତି,ହେଲେ ସାକ୍ଷୀ ପ୍ରମାଣ ଅଭାବରୁ ଆସମୀ ମାନେ ଜାମିନ ରେ ଚାଲି ଯାଉଛନ୍ତି,

ଆଠଗଡ ବନଖଣ୍ଡ ରେ ବଜ୍ରକାପ୍ତା ର୍ୟାକେଟ କାମ କରୁଛି ନା ବଜ୍ରକାପ୍ତା ଗୁଡିକ ଚାଲିଆସି ଆପେଆପେ ବନବିଭାଗ କୁ ଧରା ଦେଉଛନ୍ତି,ବଜ୍ରକାପ୍ତା କୁ ନେଇ ଆଠଗଡ ବନଖଣ୍ଡ ଅଧିକାରୀ ଖୁସି ଅଛନ୍ତି,କାହିଁକି ନା ବଜ୍ରକାପ୍ତା ଆପେଆପେ ତାଙ୍କୁ ଧରା ଦେଉଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































