କାଶୀପୁରରେ ଗର୍ଭବତୀଙ୍କୁ ୫ କିମି ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ
କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ଏକ ଜନନୀ ଯନ୍ତ୍ରଣା ପଦାକୁ ଆସିଛି। ଗାଁକୁ ନିତିଦିନିଆ ସଡକ ନଥିବାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ହସ୍ପିଟାଲରେ ପହଞ୍ଚାଇଛନ୍ତି। ହେଲେ ପ୍ରସବ ବେଦନା ଭୀଷଣ ହେଇଯିବା ଫଳରେ ଗର୍ଭବତୀ ଉପାୟ ନପାଇ ରାସ୍ତାକଡ଼ ଏକ ଖେତରେ ଅସାବଧାନତାର ସହ ପ୍ରସବ କରିଥିଲେ ଏକ ପୁତ୍ର ସନ୍ତାନ। ଏଥିରେ ସହଯୋଗ କରିଥିଲେ ଆମ୍ବୁଲାନ୍ସ ଫର୍ମାସିଷ୍ଟ ସନ୍ତୋଷ ନାଲା ଓ ପରିବାର କିଛି ମହିଳା ସଦସ୍ୟା।ସୂଚନା ପ୍ରକାରେ କାଶୀପୁର ବ୍ଲକରେ ଜନନୀ ଯନ୍ତ୍ରଣା ଥମିବାର ନା ନେଉନାହିଁ । କେତେବେଳେ ୧୦୮ ଆମ୍ବୁଲାନ୍ସ ଆଉ ତ କେତେବେଳେ ଗ୍ରାମାଞ୍ଚଳରେ ନିତିଦିନିଆ ରାସ୍ତା ନ ଥିବାରୁ। ପ୍ରତି ମାସରେ ଏଭଳି ଘଟଣା ଘଟୁଛି। ଚଳିତ ବର୍ଷର ଏପରି ଜନନୀ ଯନ୍ତ୍ରଣା ଜନିତ ଘଟଣା ୯ ଥର ହେଇଗଲାଣି।ସେହିପରି ଆଜି ପୁଣି ଏକ ଯନ୍ତ୍ରଣାର ଶିକାର ହେଇଛନ୍ତି କୋଡ଼ିପାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜାପଦର ଗ୍ରାମର ତୁଳାରାମ ନାଏକଙ୍କର ସ୍ତ୍ରୀ ମୋନାଲି ନାଏକ (୨୫ )। ଆଜି ସକାଳେ ମୋନାଲିଙ୍କର ପ୍ରସବଯନ୍ତ୍ରଣା ଆରମ୍ଭ ହେଇଥିଲା। ହେଲେ ମୋନାଲିଙ୍କର ପ୍ରସବ ନିମନ୍ତେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ସ୍ୱାମୀ ତୁଳାରାମ ନାଏକ ୧୦୮କୁ ସକାଳ ପ୍ରାୟ ୫ ଘଣ୍ଟା ସମୟରେ ଯୋଗାଯୋଗ କରିଥିଲେ। ହେଲେ ଟିକିରି ଠାରୁ ୧୦୮ ଆମ୍ବୁଲାନ୍ସ ୩୦ କିମି ଅତିକ୍ରମ ପରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା ସିଲାଫାସ ଗାଁ ପର୍ଯ୍ୟନ୍ତ।ସିଲାଫାସ ଗାଁ ଠାରୁ ୫ କିମି ହେବ ଭେଜା ପଦର ଗାଁ। କିନ୍ତୁ ୫ କିମି ସ୍ୱାଭାବିକ ରାସ୍ତା ନ ଥିବାରୁ ଅଟକି ଯାଇଥିଲା ଆମ୍ବୁଲାନ୍ସ ଗାଡି। ଉକ୍ତ ସ୍ଥାନରୁ ସିଲାଫାସ ଗାଁକୁ ନିତିଦିନିଆ ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଆସୁବିଧାର ସମ୍ମୁଖୀନ ହେଉଥିବାବେଳେ ଯୋଗାଯୋଗକୁ ଅନ୍ୟ ସୁବିଧା ମଧ୍ୟ ନାହିଁ। ଏପରିକି ପାହାଡ଼ ପର୍ବତ ଏବଂ ନଦୀ ରହିଥିବା ଦ୍ୱାରା ପୁଣି ମଣିଷ ଚଲା ରାସ୍ତା ଟିଏ ସ୍ୱାଭାବିକ ହେଇପାରିନାହିଁ। ଶେଷରେ ୫ କିମି ରାସ୍ତାକୁ ପ୍ରାୟ ୧ ଘଣ୍ଟା କାଳ ପରିଶ୍ରମ କରି ପହଁଚି ଥିଲେ ୧୦୮ ଆମ୍ବୁଲାନ୍ସର ଫର୍ମାସିଷ୍ଟ ସନ୍ତୋଷ ନାଲା, ଡ୍ରାଇଭର ନୀଳକଣ୍ଠ ଗୌଡ଼ ଓ ହେଲପର ତାଉଡୁ ମାଣ୍ଡଙ୍ଗି। ଗାଁ ଠାରୁ ଚାଲିଚାଲି ଷ୍ଟ୍ରେଚର ସାହାଯ୍ୟରେ ଗର୍ଭବତୀ ମୋନାଲିଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଉଥିଲେ। କିନ୍ତୁ ଆମ୍ବୁଲାନ୍ସ ନିକଟରେ ପହଁଚିବା ପୂର୍ବରୁ ବାଟରେ ହେଇଯାଇଥିଲା ଉକ୍ତ ଗର୍ଭାବତୀଙ୍କର ପ୍ରସବ। ପ୍ରସବ ପରେ ଗର୍ଭବତୀଙ୍କର ଶରୀରରୁ ଅତ୍ୟଧିକ ରକ୍ତସ୍ରାବ ହେଉଥିବା ଦେଖି କୌଣସି ପ୍ରକାରେ ଆମ୍ବୁଲନ୍ସ କର୍ମଚାରୀ ତୁରନ୍ତ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ବର୍ତ୍ତମାନ ନବଜାତ ଶିଶୁ ଓ ମା’ଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































