ଦିଲ୍ଲୀରେ ପହଞ୍ଚିଲେ ପଙ୍ଗପାଳ, ପାଇଲଟ ମାନଙ୍କୁ ସତର୍କ ରହିବା ପାଇଁ କହିଲା ଏୟାର ଟ୍ରାଫିକ କଣ୍ଟ୍ରୋଲ
ନୂଆଦିଲ୍ଲୀ: ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେ ଅଞ୍ଚଳର ବିମାନବନ୍ଦର ନିକଟରେ ପଙ୍ଗପାଳମାନେ ଦେଖାଯିବା ପରେ ବିମାନ ଅବତରଣ ଏବଂ ବିମାନ ଉଡ଼ାଣ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଇଲଟମାନଙ୍କୁ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଶନିବାର ନିର୍ଦ୍ଦେଶ ଦେଇଛି। ଏହା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।ଏଟିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିମାନବନ୍ଦର ନିକଟରେ ପଙ୍ଗପାଳ ଦେଖାଯିବା ପରେ ସମସ୍ତ ବିମାନର ପାଇଲଟଙ୍କୁ ଚେତାବନୀ ଦିଆଯାଇଛି । ପଙ୍ଗପାଳକୁ ଦୃଷ୍ଟିରେ ରଖି ଆମେ ଏକ ଟିମ୍ ମଧ୍ୟ ଗଠନ କରିଛୁ। ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ପୂର୍ବରୁ ଧାର୍ଯ୍ୟ ସମୟ ଅନୁସାରେ ବିମାନ ଚଳାଚଳ କରୁଛି | ଆବଶ୍ୟକ ପଡ଼ିଲେ ଏହି ଉଡ଼ାଣ ଓ ଅବତରଣ ସମୟ ବଦଳାଯାଇପାରେ ବୋଲି ସେ କହିଛନ୍ତି |
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































