ଦିଲ୍ଲୀ–ଏନସିଆରରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଜସ୍ଥାନର ଅଲୱରରେ ଭୂକମ୍ପର କେନ୍ଦ୍ର ରହିଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରହିଛି। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ। ଘଟଣା ସ୍ଥଳକୁ ସେନା ବାହିନୀକୁ ପଠାଯାଇଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































