ଶ୍ରାବଣ ସୋମବାରରେ ଭକ୍ତ ଶୂନ୍ୟ ଶୈବପୀଠ
ଆଠଗଡ(ଉଲାପ୍ର)ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ଭକ୍ତଶୂନ୍ୟ,ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଯୋଉଦିନକୁ ବର୍ଷବର୍ଷ ଧରି ଅପେକ୍ଷା କରିଥାନ୍ତି ଶୈବଭକ୍ତ, କାନ୍ଧରେ ବାହୁଙ୍ଗି, ମୁଣ୍ଡରେ ବିଭିନ୍ନ ରକମର କପଡା ସାଙ୍ଗକୁ ବୋଲବମ ରେ ଫାଟି ପଡୁଥାଏ ରାସ୍ତା ଘାଟ ଓ ଶୈବ ମନ୍ଦିର,ସେଠି ଆଜି ବିରାଜିତ କରୁଛି କରୋନା,ସତେ ଯେମିତି କରୋନା ଭୟରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଅନ୍ୟ ପଟେ ବୋଲବମ କାଉଡ଼ିଆ ମାନଙ୍କ ଉପରେ ପ୍ରଶାସନ ଲଗାଇଛି ରୋକ,କାଉଡ଼ିଆ ଭକ୍ତମାନେ ମନ୍ଦିର ନଯିବା ପାଇଁ ବାରଣ ହୋଇଛି, ରାଜ୍ୟର ବିଭିନ୍ନ ମନ୍ଦିର ଅଂଚଳରେ୧୪୪ ଧାରା ଜାରି କରାଯାଇଛି,କଟକ ଜିଲା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ପିଠିରେ ନାଁ ଅଛନ୍ତି ଭକ୍ତ,ସବୁ ଯେମିତି ସୁନ ସାନ ହୋଇଯାଇଛି,ଶ୍ରାବଣ ମାସର ପ୍ରଥମ ସୋମବାର ରେ ପୂଜକ କଣ କହୁଛନ୍ତି ଆଉ କେମିତି ଅଛନ୍ତି ଧବଳେଶ୍ବର ପୂଜକ ତାଙ୍କ ମୁହଁରୁ ଟିକେ ଶୁଣି ନିଅନ୍ତୁ,ଧବଳେଶ୍ବର ଏକ ଟ୍ରଷ୍ଟି ହୋଇଥିଲେ ମଧ୍ୟ ଆଠଗଡ ଦେବୋତ୍ତର ବିଭାଗ କୌଣସି ସୁବିଧା ସୁଯୋଗ ଗତ ଚାରିମାସ ଧରି ନନାଙ୍କ ପରିବାରକୁ ଯୋଗାଇ ଦେଇ ନାହାନ୍ତି,ଯାହା ଫଳରେ ଧବଳେଶ୍ବର ପୂଜକ ସମାଜ ହାହା କାର ମଧ୍ୟରେ କାଳ କାଟୁଛନ୍ତି,ତୁରନ୍ତ ଆଠଗଡ ଦେବୋତ୍ତର ବିଭାଗ ଏହି ପୂଜକ ସମାଜ କୁ ସହାୟତା ଯୋଗାଇ ଦେବାପାଇଁ ଉଦୟଲାବଣ୍ୟ,ଗଡଜାତ ପରିକ୍ରମା ତରଫରୁ ଉପଜିଲ୍ଲାପାଳ ଙ୍କ ଠାରେ ଦାବି କରୁଛୁ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































