ଆଜି ୫୨୭ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର(ଉଲାପ୍ର)ରାଜ୍ୟରେ ଆଜି ୫୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାତଙ୍କ ସଂଖ୍ୟା ୧୦୬୨୪ ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୩୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କାରୋନା ଆଜି ପୁଣି ଆଉ ୬ ଜଣଙ୍କ ମୁଣ୍ଡ ନେଇଛି। ଏ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧା, କେନ୍ଦ୍ରାପଡା ଓ ରାୟଗଡା ଜିଲ୍ଲାର ଜଣେ ଲେଖାଏଁ କରୋନାରେ ମୃତ୍ୟୁ ବରଣ କରିଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି।
ସୋମବାର ବିଭାଗ ଦେଇଥିବା ୨୬ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରେ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ଵର ୨୬, ବରଗଡ ଜଣେ, ଭଦ୍ରକ ୨, ବଲାଙ୍ଗୀରି ୨୧, କଟକ ୧୭, ଢେଙ୍କାନାଳ ୧, ଗଜପତି ୩, ଜଗତସିଂହପୁର ୪, ଯାଜପୁର ୨୫, ଝାରସୁଗୁଡା ୪ଜଣ, କେନ୍ଦ୍ରାପଡା ୫, କେନ୍ଦୁଝର ୭, ଖୋର୍ଦ୍ଧା ୫୦, କୋରାପୁଟ ୬, ମାଲକାନଗିରି ୩, ମୟୁରଭଞ୍ଜ ୧୦, ନବରଙ୍ଗପୁର ୩, ନୟାଗଡ ୧୮, ପୁରୀ ୧୬, ରାୟଗଡା ୧, ସମ୍ବଲପୁର ୧, ସୋନପୁର ୫ ଓ ସୁନ୍ଦଗଡ ଜିଲ୍ଲାରୁ ୭୮ ଜଣ ଚିହ୍ନଟ ହୋଇଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































