କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଦୁଇ ମହିଳା

କଟକ: ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ମହିଳା। ବ୍ରିଜ୍ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଉଭୟ। ନଦୀରେ ୫ ଶହ ମିଟର ଭାସିଯିବା ପରେ ଏକ ବୁଦାରେ ଲାଗିଥିଲେ। ସେମାନେ ସମ୍ପର୍କରେ ମା ଝିଅ ହୋଇଥିବା ସୂଚନା ମିଳିଛି।
ବୁଧବାର ଅପରାହ୍ନରେ ୨ ଜଣ ମହିଳା ସ୍କୁଟିରେ ଯିବା ସମୟରେ ହତାଠ୍ ତ୍ରିଶୁଳିଆ ବ୍ରିଜ୍ ଉପରେ ଓହ୍ଲାଇ ପଡ଼ିଥିଲେ। ଆଉ ବ୍ରିଜ ଉପରୁ ନଦୀ ତଳକୁ ଡେଇଁ ପଡ଼ିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଅଗ୍ନଶମ କର୍ମଚାରୀଙ୍କୁ ଜଣାଇଥିଲେ।
ମା, ଝିଅଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚିଥିଲା। ନଦୀ ଭିତରେ ଥିବା ଏକ ବୁଦାରେ ଉଭୟ ମା, ଝିଅ ଲାଗିଥିଲେ। ନଦୀ ଭିତରୁ ଉଭୟଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































