କୋଭିଡ 19 ନିୟମ ଉଲଙ୍ଘନ କରିଥିବା ମେଡ଼ିସିନ ଦୋକାନୀ ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ
ଆଠଗଡ(ଉଲାପ୍ର)ନାମ ନେଲେ ଆଠଗଡ ମେଡ଼ିସିନ ଦୋକାନୀ ମାଲିକ,ଯିଏକି କୋଭିଡ 19 ନିୟମ ଉଲଘଂନ କରିଥିବା ଯୋଗୁ ତାଙ୍କ ବିରୁଦ୍ଧରେ ଆଠଗଡ ଥାନାରେ ମାମଲା ରୁଜୁ ହୋଇଛି, ମାମଲା ରୁଜୁ କରିଛନ୍ତି ଆଠଗଡ ବିଜ୍ଞାପିତ ଅଂଚଳ ପରିଷଦ je, ଜଣେ ଔଷଧ ଦୋକାନୀ ହୋଇଥିବାରୁ ତାଙ୍କ ସହିତ ଆଠଗଡ ଡ଼ିଏସପି ସିଧା ସଳଖ ସଂସ୍ପର୍ଶରେ ଆସିବା ଯୋଗୁ ପ୍ରଶାସନ ତରଫରୁ ହୋମ ଆଇସୋଲେସନ ରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା,ସେ ଏହାକୁ ଅମାନ୍ୟ କରି ସ୍ୱାବ ଟେଷ୍ଟ କରିସାରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ,ଆଠଗଡ ମେଡିକଲର ଡାକ୍ତରଙ୍କୁ ଚା ଦେଇଛନ୍ତି,ଷ୍ଟାଫ ମାନଙ୍କ ସହିତ ମିଶିଛନ୍ତି,ଏକ ପକୁଡି ଦୋକାନରୁ ପକୁଡି ଖାଇଛନ୍ତି ରଥଗଡା ଅଞ୍ଚଳରେ, idbi ବ୍ୟାଙ୍କ କୁ ଯାଇଛନ୍ତି,ସବ ରେଜିଷ୍ଟ୍ରର ଅଫିସ କୁ ଯାଇଛନ୍ତି,ଔଷଧ ଦୋକାନରେ ବସି ମେଡ଼ିସିନ ବିକ୍ରି କରିବା ସହିତ ଆଠଗଡ ର ବିଭିନ୍ନ ଅଫିସ ବୁଲିଥିବା ଜଣାପଡିଛି,ସେହି ବ୍ୟକ୍ତିର ପଜିଟିଭ ଆସିବା ପରେ ପ୍ରଶାସନ ତରଫରୁ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ପରେ ଏହିସବୁ ଘଟଣା ଜଣାପଡିଛି,ଏବେ କୋଭିଡ ନିୟମ ଉଲଘଂନ କରିଥିବା ଯୋଗୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି, ଏବେ ଏହି ବ୍ୟକ୍ତି କୋଭିଡ ହସ୍ପିଟାଲ ରେ ଚିକିସ୍ଥାଧିନ ରହିଥିବା ବେଳେ ସେଠୁ ଫେରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































