ଆଠଗଡ ବ୍ଲକ ସମବାୟ ଦୁର୍ନୀତି ଉପରେ ଚାଷୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ

ଆଠଗଡ,(ଉଲାପ୍ର)ଆଠଗଡ ବ୍ଲକ ସମବାୟ ଦୁର୍ନୀତିର ପରଦା ଫାସ ଉଦୟଲାବଣ୍ୟ କରିବା ପରେ ସମବାୟ ବିଭାଗ ତରଫରୁ ଛ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଥିଲା,ଏ ସମ୍ପର୍କରେ ଚାଷୀଙ୍କ ତରଫରୁ ଆଜି ବଡ ପଦାଗାଁ ଠାରେ ସତ୍ୟବାଦୀ କ୍ଲବ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଆଠଗଡ ଯୁବ ସଙ୍ଗଠକ ଅଭୟ ବାରିକ,ନରେନ୍ଦ୍ର ସେଠି,ଅମରେନ୍ଦ୍ର ରାଉତ,ପ୍ରତିମା ରାଉତ ପ୍ରମୁଖ ଚାଷୀମାନେ ଏକାଠି ହୋଇ ସାମ୍ବାଦିକ ସମିଳନୀ କରିଛନ୍ତି, ଯୋଉଥିରେ କୋଟିକୋଟି ଟଙ୍କାର ଦୁର୍ନୀତିର ଗନ୍ଧ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି,ଆଜି ଏହି ଘଟଣାର ସମସ୍ତ କାଗଜପତ୍ର ଯୁବ ସଙ୍ଗଠକ ଅଭୟ ବାରିକ ସମସ୍ତ ସାମ୍ବାଦିକ ମାନଙ୍କୁ ପ୍ରଦାନ କରିଛନ୍ତି, ଏହି ଘଟଣା ଦିନକୁଦିନ ନୂଆ ମୋଡ଼ ନେବାରେ ଲାଗିଛି।

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































