ଏଥର କଡ଼ାକଡ଼ି ହେବ ଲକ୍ଡାଉନ; ସହର ଭିତରକୁ ପ୍ରବେଶ ମନା
ଭୁବନେଶ୍ୱର: ( ଉ ଲା ପ୍ର ) ଏଥର ଲକ୍ଡାଉନ୍ କଡାକଡି ହେବ, ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
ଆଜି ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍ଡାଉନ୍। ତେବେ ଏହି ଲକ୍ଡାଉନ୍ରେ ଟ୍ୱିନ୍ ସିଟିରେ କଣ କଣ ପଦକ୍ଷେପ ନିଆଯିବ, ଏ ନେଇ ସବିଶେଷ ସୂଚନା ଦେଇଛନ୍ତି ପୋଲିସ କମିଶନର। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ବର୍ତ୍ତମାନ ସ୍ୱାଭାବିକ ସ୍ଥିତି ଫେରିନି, ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ।
ପୂର୍ବଠାରୁ ଏ ଲକଡାଉନ୍ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ। ସପ୍ତାହାନ୍ତ ସଟଡାଉନ ଏବେ ଉଠିଯିବ। ସପ୍ତାହର ସବୁଦିନ ସକାଳ ୬ରୁ ଦିନ ୧ଟା ଯାଏ ଦୋକାନ ଖୋଲିବ। କେବଳ ଗ୍ରୋସରୀ, ପରିବା ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲିବ। ଘର ପାଖ ଦୋକାନରୁ କିଣିବା ସହ ଦୂରକୁ କିଣିବାକୁ ନ ଯିବା ପାଇଁ ସିପି ପରାମର୍ଶ ଦେଇଛନ୍ତି। ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ।ମେଡିକାଲ ଷ୍ଟାଫ୍ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। ଔଷଧ ଦୋକାନ କର୍ମଚାରୀ ଟ୍ରେଡ ଲାଇସେନ୍ସ କପି ଦେଖାଇ ଯିବେ। ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ୱାଟସଆପ୍ ଗ୍ରୁପ୍ ହୋଇଛି।ଗଣମାଧ୍ୟମ କର୍ମଚାରୀ ପରିଚୟପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବେ। କେହି ଗଣମାଧ୍ୟମର ମିଛ ପରିଚୟପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ।ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବ ନାହିଁ। ବ୍ୟାଙ୍କ କର୍ମଚାରୀ ନିଜ ପରିଚୟପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବେ ବୋଲି ସିପି କହିଛନ୍ତି।ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟପତ୍ର ବ୍ୟବହାର ନ କରିବା ପାଇଁ କହିଛନ୍ତି। ଆଇଟି ସଂସ୍ଥା ୧୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଡାକିପାରିବେ।ସରକାରୀ କର୍ମଚାରୀ ନିଜ ପରିଚୟପତ୍ର ବ୍ୟବହାର କରିବେ। ଏପରିକି ସରକାରୀ କର୍ମଚାରୀ ବିଭାଗୀୟ ମୁଖ୍ୟଙ୍କ ଚିଠି ମଧ୍ୟ ଦେଖାଇବେ।ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥାନାରୁ ଅନୁମତି ଆଣିବା ଜରୁରୀ। ବାହାଘର, ଶୁଦ୍ଧିକାର୍ଯ୍ୟ ବ୍ୟତୀତ କୌଣସି ସାମାଜିକ କାର୍ଯ୍ୟକୁ ଅନୁମତି ନାହିଁ।ସେହିପରି ଏୟାରପୋର୍ଟ, ରେଳ ଷ୍ଟେସନ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିବ। ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ସହରକୁ ପଶିବାକୁ ବା ସହରରୁ ବାହାରିବାକୁ ଅନୁମତି ଜରୁରୀ।ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ।କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବାକୁ ଯାଉଛି ୧୪ ଦିନିଆ ଲକ୍ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍ଡାଉନ୍ କଟକଣା ଲଗାଇଛନ୍ତି ସରକାର। ତେବେ ଆସନ୍ତାକାଲି ରାତି ୯ଟା ଠାରୁ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ କଟକଣା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































