ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ ମାଲକାନଗିରିରୁ ୧୩ ଲେଖାଏଁ ସୁସ୍ଥ ହୋଇଛନ୍ତି।
ଯାଜପୁର ଓ ଗଜପତିରୁ ୧୦ ଲେଖାଏଁ, ଅନୁଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, କୋରାପୁଟରୁ ୪, କଟକରୁ ୩, ଭଦ୍ରକରୁ ୨ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।ରାଜ୍ୟରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୩୯ ରହିଛି।
        
            
 Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































