ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ
ଭୁବନେଶ୍ୱର,(ଉଲାପ୍ର)ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି, ସେ ଗତ କିଛିମାସ ଧରି ରୋଗ ଶଯ୍ୟାରେ ପୀଡିତ ଥିଲେ,ଚେନାଇ ରେ ଚିକିସ୍ଥା ହେବାପରେ ନିଜ ମାଟି ଓଡିଶା କୁ ଫେରିବାକୁ ଚାହିଁଥିଲେ,ସେଥିପାଇଁ ତାଙ୍କୁ ଓଡିଶା ନେଇ ଆସିଥିଲେ ତାଙ୍କ ପରିବାର, କିଛିଦିନ ଭୁବନେଶ୍ୱରର ଏକ ଘରୋଇ ଚିକିସ୍ଥା ଳୟ ରେ ଚିକିତ୍ସା ହେବା ପରେ ତାଙ୍କୁ ଘରକୁ ପରିବାର ଲୋକେ ନେଇ ଯାଇଥିଲେ, ଆଜି ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ର କେୟାର ହସ୍ପିଟାଲ କୁ ଆଣିଥିଲେ ପରିବାର ଲୋକେ, ସେଠି ତାଙ୍କର ପରଲୋକ ହୋଇଯାଇଛି, ତାଙ୍କ ପରଲୋକରେ ସାରା ଓଡିଶା ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଛି,ଅନେକ କଳାକାର ଏଥିରେ ମ୍ରିୟମାଣ ହୋଇପଡିଛନ୍ତି,ତାଙ୍କ ପରଲୋକ ଖବର ଆଉଣୀ ଓଲିଉଡ ର ଅନେକ କଳାକାର କେୟାର ହସ୍ପିଟାଲ ଆଗରେ ରୁଣ୍ଡ ହେବାରେ ଲାଗିଛନ୍ତି, ଚଳଚିତ୍ର,ମଞ୍ଚ ସହିତ ସେ ବହୁଦିନ ଧରି ଜଡିତ ର୍ବିଲେ,ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଚିଲିକାତି ରେ,ସେ ଏହା ପର ଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି,ସମୟ ବଡ ବଲବାନ,ଦଣ୍ଡା ବାଳୁଙ୍ଗା, ଜଗା ହାତରେ ପଘା, ନାଗଫାସ, ଭୁଲି ହୁଏନା, ପ୍ରଭୁତି ଚଳଚିତ୍ର ତାଙ୍କୁ ଜୀବନରେ ଶୀର୍ଷ ସ୍ଥାନକୁ ନେଇଯାଇଥିଲା,ତାଙ୍କ ପରଲୋକରେ ଉଦୟ ଲାବଣ୍ୟ ଚାନେଲ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































