ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫କୁ ବୃଦ୍ଧି
ଭୁବନେଶ୍ୱର (ଉଲାପ୍ର) କୋଭିଡ ପରିସ୍ଥିତି ରେ ଡାକ୍ତର ମାନଙ୍କ ଗୁରୁ ଦାଇତ୍ୱ ରହିଛି,ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଡାକ୍ତର ମାନଙ୍କ ବୟସ ୬୨ରୁ ୬୫କୁ ବୃଦ୍ଧି କରିଛନ୍ତି,ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ସହିତ ଶ୍ରମ ଓ ଇଏସଆଈ ବିଭାଗରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କ ପାଇଁ ମଷ୍ୟ ଏହି ନିୟମ ଲାଗୁହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ କୋଭିଡ ପରିଚାଳନା ନିମନ୍ତେ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































