ବଡମ୍ବା ଥାନାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ ଏସପି
ଆଠଗଡ,(ଉଲାପ୍ର) କଟକ ଜିଲାର ବଡମ୍ବା ବ୍ଲକ କରୋନାର ହବ ପାଲଟି ଥିଲା ବୋଲି ସବୁଆଡେ ଆଲୋଚନା ହେଉଥିଲା,ବଡମ୍ବା ଥାନାର ସମସ୍ତ ଷ୍ଟାଫ ଯୋଉ ମାନେକି କରୋନା ଯୋଦ୍ଧା ଭାବେ କାମ କରୁଥିଲେ ସେମାନେ କରୋନା ଯୋଦ୍ଧା ବାହାରିବା ପରେ ପୋଲିସ ପାଇଁ ଓ ସ୍ଥାନୀୟ ଜନସାଧାରଣ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିଲା,ଏଥିରେ ବଡମ୍ବା ଥାନା ର ଆଇଆଇସି,ସମସ୍ତ ଷ୍ଟାଫ,ହୋମହାର୍ଡ,ଆଠଗଡ ଡିଏସପି,ପ୍ରମୁଖ ଓ ତାଙ୍କ ଡ୍ରାଇଭର ଓ ପରିବାର ଏଥିରେ ଆକ୍ରାନ୍ତ ହୋଇଥିଲେ,ସମସ୍ତେ ପଜିଟିଭ ହେବା ପରେ ସେମାନଙ୍କୁ ବିଭିନ କୋଭିଡ ହସ୍ପିଟାଲ ରେ ରଖାଯାଇ ୧୦ ଦିନ ପରେ ମେଡିକାଲ ରୁ ଛାଡ଼ କରାଯାଇ ୧୪ ଦିନ ହୋମ କ୍ୱାରେନଟାଇନ ରେ ରଖାଯାଇ ଥିଲା,ଏବେ ଏହି ପୋଲସ ଅଫିସର ମାନେ ସୁସ୍ଥ ହେବା ପରେ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ ଆଜି କଟକ ଜିଲା ଏସପି ବି ଯୁଗଳ କିଶୋର ବଡମ୍ବା ଆସିଥିଲେ,ଆଜି ଆଠଗଡ ଡ଼ିଏସପି ଆଲୋକ ରଞ୍ଜନ ରାୟ,ବଡମ୍ବା ଆଇଆଇସି ପ୍ରଭାତ ମଲିକ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ ଷ୍ଟାଫ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏସପି ନିଜେ ବଡମ୍ବା ଥାନାରେ ରହି ସମସ୍ତ ଷ୍ଟାଫ ମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି, ସମସ୍ତ ପୋଲିସ ସୁସ୍ଥ ହୋଇ ବଡମ୍ବା ଥାନାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି, ବଡମ୍ବା ପୋଲିସ ଜଣେଜଣେ କରୋନା ଯୋଦ୍ଧା ବୋଲି ଏସପି ପ୍ରକାଶ କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































