ସରକାରୀ ଜମିକୁ କେନ୍ଦ୍ରକରି ଧୁରୁଷିଆ ଗ୍ରାମରେ ହତ୍ୟାକାଣ୍ଡ,ଜଣେ ମୃତ,ସାତଜଣ ଅଟକ
ଆଠଗଡ,(ଉଲାପ୍ର)ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମର ପଂଚାୟତ ନିକଟରେ ଏକ ସରକାରୀ ଜମିକୁ କେନ୍ଦ୍ରକରି ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଯାଇଛି,ଘଟଣା ସ୍ଥଳରେ କଟକ ଏସପି ଙ୍କ ସହିତ ଚୌଦ୍ୱାର ଡ଼ିଏସପି,ଖୁଣ୍ଟୁଣି ଥାନା ପୋଲିସ,ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି, ମୃତ ବ୍ୟକ୍ତି ଗୟାଧରଙ୍କ ଶବକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ଆଠଗଡ ମେଡିକାଲ ପଠାଇଛନ୍ତି,ଖବର ନେବାରେ ଜଣାପଡିଛି ଧୁରୁଷିଆ ଗ୍ରାମର ଗୟାଧର ରାଉତଙ୍କ ପରିବାର ଓ ଶରତ ସାହୁଙ୍କ ପରିବାର ପଞ୍ଚାୟତ ନିକଟରେ ଥିବା ଏକ ସରକାରୀ ଜମିକୁ ଦୀର୍ଘଦିନ ହେଲା ମାଡି ବସିଥିଲେ,ଉଭୟ ଏହି ସରକାରୀ ଜମିର ମାଲିକାନା ଦେଖାଉ ଥିବା ବେଳେ ଗତକାଲି ରାତିରେ ଶରତ ସାହୁ ପରିବାରର ୮ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ସେହି ଜମି ନିକଟରେ ଗୟାଧର କୁ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ଗୟାଧର ରାଉତଙ୍କର ମୃତୁ ହୋଇଛି, ଖୁଣ୍ଟୁଣି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ବେଳେ ଘଟଣାରେ ସାତଜଣ କୁ ପୋଲିସ ଅଟକ ରଖି ପଚରାଉଚରା କରିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































