ଗଦାସାହି ଉନୟନ ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ
ଆଠଗଡ,(ଉଲାପ୍ର)ଆଠଗଡ ଗଦାସାହି ଉନୟନ ପରିଷଦର ନୂତନ କର୍ମକର୍ତା ମନୋନୟନ ସ୍ଥାନୀୟ ଭାଗିରଥି ସାଗର ପୋଖରୀ ଠାରେ ଅନୁଷ୍ଠିତ ହୋଇଯାଇଛି,ଗଦାସାହି ର ବରିଷ୍ଠ ନାଗରିକ ରଘୁନାଥ ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସର୍ବସମତି କ୍ରମେ ଶ୍ରୀଧର ରଥ ସଭାପତି,ପ୍ରସନ୍ନ କୁମାର ରାଉତ,ସୋମନାଥ ଭକ୍ତା ଉପସଭାପତି, କଲ୍ୟାଣ ପଟ୍ଟନାୟକ ସମ୍ପାଦକ,କ୍ୟାସିଅର ଭାବେ ନରେନ୍ଦ୍ର କୁମାର ସାହୁଙ୍କ ସହିତ ଏକ ଦଶଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି,ଏଥିରେ ସବୁ ଯୁବକ ମାନଙ୍କୁ ସାମିଲ କରାଯାଇଛି,ତିନିବର୍ଷ ପାଇଁ ଏହି ନୂତନ କମିଟି କାର୍ଯ୍ୟ କରିବ,ସାମାଜିକ ଦୂରତା ରକ୍ଷାକରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
Odia 












































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































