ବଡମ୍ବା,ନରସିଂହପୁର ରେ ସେରୋ ଲୋଜିକାଲ ସର୍ଭେ ଆରମ୍ଭ
ନରସିଂହପୁର(ଉଲାପ୍ର)କଟକ ଜିଲା ନରସିଂହପୁର ବ୍ଲକ ରେ ଆର୍ ଏମ୍ ଆର୍ ସି ପକ୍ଷରୁ ବଡମ୍ବା,ନରସିଂହପୁର ବ୍ଲକ୍ର ବିଭିନ୍ନ ଗ୍ରାମରେ ସେରୋ ଲୋଜିକାଲ ସର୍ଭେ ଆରମ୍ଭ ହୋଇଛି,ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ନରସିଂହପୁର ଠାରେ ଏକ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ସେରୋ ଲୋଜିକାଲ ସର୍ଭେ କୁ ଆରମ୍ଭ କରିଛନ୍ତି, ଏଥିରେ ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର
ତରାଇ,ଆରଏମଆରସି ର ଡାକ୍ତର ମାନେ ଯୋଗ ଦେଇଥିଲେ। ଆଜି ଠାରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି, ରାଜ୍ୟରେ ଗଂଜାମ ଜିଲ୍ଲା କରୋନା ହବ ପାଲଟିଥିବା ବେଳେ ଏବେ ସଂକ୍ରମିତ ଙ୍କ ସଂଖ୍ୟା କମିବାରେ ଲାଗିଛି,ସେହିପରି କଟକ ଜିଲ୍ଲାରେ ବଡମ୍ବା ଓ ନରସିଂହପୁର ରେ କ ରୋନା ପଜିଟିଭ କେଶ ବଢୁଥିବାରୁ ରାଜ୍ୟ ସରକାର ଏହି ନିର୍ବାଚନ ମଣ୍ଡଳୀ ରେ ସେରୋ ଲୋଜିକାଲ ସର୍ଭେ କରିବାପାଇଁ ନିଷ୍ପତ୍ତି ନେଇଥିଲେ,ସରକାର ଙ୍କ ଏହି ନିଷ୍ପତ୍ତି କୁ ବଡମ୍ବା ନରସିଂହପୁର ଅଞ୍ଚଳ ରେ ସ୍ୱାଗତ କରାଯାଇଛି।

Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































