ସାମାଜିକ ଦୂରତା ନାହିଁ ଆଠଗଡ ରାଧାଗୋବିନ୍ଦ ଜୀଉ ମନ୍ଦିରରେ
ଆଠଗଡ(ଉଲାପ୍ର)ଆଜି ଜନ୍ମାଷ୍ଟମୀ, ଏହି ଅବସରରେ ଆଠଗଡ ସହର ରାଧାଗୋବିନ୍ଦ ମନ୍ଦିର ରେ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି,ଭିଡକୁ ନିୟନ୍ତ୍ରଣ କରିବା ପାଇଁ ନା ଏଠି ପୋଲିସ ଅଛି ନା ଦେବୋତ୍ତର ପ୍ରଶାସନ, କେହିହେଲେ ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ମନ୍ଦିର ମଧ୍ୟରେ ଉପସ୍ଥିତ ନାହାନ୍ତି, କରୋନା ପାଇଁ ସବୁ ଦେବାଦେବୀ ମନ୍ଦିର ଉପରେ କଟକଣା ଲାଗିଛି,ଆଠଗଡ ମନ୍ଦିର ମାନଙ୍କରେ ମଧ୍ୟ କଟକଣା ଲାଗିଥିଲେ ମଧ୍ୟ ଭକ୍ତ ସାମାଜିକ ଦୂରତା କୁ ଜମାରୁ ମାନି ନାହାଁନ୍ତି, ମହିଳା ମାନେ ଲଗାଲାଗି ହୋଇ ଲାଇନ ରେ ଛିଡା ହୋଇଥିବା ବେଳେ ସରକାର ଯେତେ ସଚେତନତା କରି ଆସୁଥିଲେ ମଧ୍ୟ ଲୋକ ସାମାଜିକ ଦୂରତା ଜମାରୁ ମାନୁ ନାହାଁନ୍ତି, ଯାହାର ନିଛକ ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ସହର ରାଧାଗୋବିନ୍ଦ ମନ୍ଦିରରେ, ଜନ୍ମାଷ୍ଟମୀ ଅବସରରେ ଆଠଗଡ ରେ କୌଣସି ପ୍ରଶାସନିକ ଅଧିକାରୀ ନାହାନ୍ତି,କିମ୍ବା ପୋଲିସ ମଧ୍ୟ ତା କର୍ତ୍ତବ୍ୟ ଠିକ ଭାବେ କରି ନଥିବା ଦେଖା ଯାଇଛି,କ ରୋନା ଯୋଗୁ ସମସ୍ତେ ଭୟଭୀତ ଥିବା ବେଳେ ଜନ୍ମାଷ୍ଟମୀ ପୂଜା ପାଇଁ ଭକ୍ତ ମେଳି ବାନ୍ଧି ଛିଡା ହେବା ଘଟଣା ରେ ଦୋଷ ଦେବା କାହାକୁ,ଭକ୍ତକୁ ନା ପୋଲିସ ପ୍ରଶାସନ କୁ,ଏ ଉତର ଆପଣ ମାନେ ରଖନ୍ତୁ,ଆମେ ଏକ ସଚେତନ ଗଣମାଧ୍ୟମ ହୋଇଥିବା ଯୋଗୁ ଆମ ଦୃଷ୍ଟିକୁ ଏହା ଆସିଲା,ଆମେ ସାଧାରଣ ଲୋକଙ୍କୁ ସଚେତନତା କରିବା ପାଇଁ ବାଧ୍ୟ ହେଉଛୁ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































