ବାଦଲ ଫଟା ବର୍ଷାରେ ଆଠଗଡ ସହର ବେହାଲ
ଆଠଗଡ(ଉଲାପ୍ର)ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ଚାନେଲ ଯାହା ପୂର୍ବରୁ ଆଶା କରିଥିଲା ତାହା ଆଜି ସତ୍ୟରେ ପରିଣତ ହୋଇଛି,ପ୍ରବଳ ବର୍ଷାରେ ଆଜି ଆଠଗଡ ସହର ର ଅବସ୍ଥା ଆଜି ବେହାଲ ହୋଇ ପଡିଛି,ବାଦଲ ଫାଟିଲା ଭଳି ଆଜି ବର୍ଷା ହେବା ଫଳରେ ଚାନ୍ଦବାଲି ଛକ ରାସ୍ତାରେ ଦୁଇ ଫୁଟର ବର୍ଷା ପାଣି ଜମିବା ଫଳରେ ପାଣି ସବୁ ଦୋକାନ ମଧ୍ୟରେ ପଶି ଯାଇଥିଲା,ଆଠଗଡ ସହରରେ ଆରକେଡି ନିର୍ମାଣ କରିଥିବା ଡ୍ରେନ ନିର୍ମାଣ ସମ୍ପର୍କରେ
ପୂର୍ବରୁ ଆଠଗଡ ସହରର ସ୍ଥିତି ଏପରି ହେବ ବୋଲି ଆକଳନ କରି ବାରମ୍ବାର ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ କିମ୍ବା ଆଠଗଡ ପ୍ରଶାସନ ଆର୍କେଡି ବିରୁଦ୍ଧରେ କୌଣସି ପଦକ୍ଷେପ ନ ନେବା ଯୋଗୁ ଆଜି ଆଠଗଡ ସହରର ସ୍ଥିତି ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ବିଗିଡି ଯାଇଛି,ସେହିପରି ବାହାଣ୍ଟା ମୁଣ୍ଡିଆ ବର୍ଷା ପାଣି ବୀରକିଶୋର ପୁର,ଚାନ୍ଦବାଲି ଛକ ଦେଇ,ଶାସନ ପୋଖରୀ ରାସ୍ତାକଡ଼ ଦେଇ ବଡ଼ପୋଖରୀ ଠାରେ ବିଲରେ ମିସିଥାଏ, ହେଲେ ଗତ କିଛିବର୍ଷ ହେଲା ଚାନ୍ଦବାଲି ଛକ ନଗର ରାସ୍ତାରେ ଡ୍ରେନ ଗୁଡିକୁ ସଙ୍କୁଚିତ କରାଯାଇ ବେଆଇନ ଭାବେ ଘର ନିର୍ମାଣ ସାଙ୍ଗକୁ ଚାନ୍ଦବାଲି ଛକ ଠାରୁ ଝରଣ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ନିମ୍ନ ମାନର ଡ୍ରେନ ନିର୍ମାଣ ପୂର୍ତ୍ତବିଭାଗ କରିବା ଫଳରେ ଆଜି ଆଠଗଡ ସହରର ବାସିନ୍ଦା ଏହାର ଟେଲର ଦେଖିବାକୁ ପାଇଛନ୍ତି,ଆଗକୁ ଫିଲ୍ମ ମଧ୍ୟ ଦେଖିବେ,ଆଜି ପ୍ରାୟ ଅଧିକାଂଶ ଦୋକାନ ଘର,ଘର ଭିତରେ ବନ୍ୟପାଣି ମାଡ଼ିଗଲା ଭଳି ପାଣି ପ୍ରବେଶ କରିଛି,ଶାସନ ପୋଖରୀ ଠାରୁ ଝରଣ ଛକ ରାସ୍ତାରେ ୩ଫୁଟର ବର୍ଷା ଜଳ ରାସ୍ତା ଉପରେ ପ୍ରଭାହିତ ହେଉଥିବା ବେଳେ ନୃସିଂହ ମନ୍ଦିର ରାସ୍ତା,ନୃସିଂହ ମନ୍ଦିର ଠାରୁ ନବଗ୍ରହ ରାସ୍ତାରେ ଦୁଇଫୁଟ ର ବର୍ଷା ଜଳ ଲହଡି ମାରିବା ଯୋଗୁ ରାସ୍ତାରେ ଯାତାୟତ କରିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି, ସରକାରୀ ବାଳିକା ବିଦ୍ୟାଳୟ ଭିତରେ ବର୍ଷାଜଳ ପଶିବା ଯୋଗୁ ବିଦ୍ୟାଳୟ ର ପାଚେରୀ ଭାଙ୍ଗି ଯାଇଥିବା ଜଣାପଡିଛି,ଏହି ବର୍ଷା ଜଳ ମୁସଲିମ ବସ୍ତିର ଲୋକମାନଙ୍କ ଘରେ ପଶିଥିବା ଦେଖାଯାଇଛି,ଏବେ ଠାରୁ ଆଠଗଡ ପ୍ରଶାସନ କିମ୍ବା ଆଠଗଡ ଏନଏସି ଯଦି ଧ୍ୟାନ ନଦେଵ ଆଉ ଜବରଦଖଲ କରିଥିବା ଘର ଗୁଡିକୁ ଭଙ୍ଗା ନଯାଏ ତେବେ ଆଠଗଡ ସହରର ଏଭଳି ଅବସ୍ଥା ଉପରେ ଫିଲ୍ମ ହେବାର ସମ୍ଭାବନା ରହିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































