ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ସମବାୟ ମହାଘୋଟାଲା ନେଇ ଚାଷୀ ତାତିଲେ
ଆଠଗଡ(ଉଲାପ୍ର)ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ସମବାୟ ମହା ଘୋଟାଲା ନେଇ ଆଜି ଚାଷୀ ଉଠାଇଛନ୍ତି ପ୍ରଶ୍ନ,ଆଠଗଡ ନିର୍ବାଚନ ମଣ୍ଡଳୀ ରେ ପ୍ରାୟ ଦୁଇଶହ କୋଟି ଟଙ୍କାର ମହା ଦୁର୍ନୀତି ହୋଇଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି ଆଠଗଡ ଯୁବ ସଙ୍ଗଠକ ଅଭୟ ବାରିକରାଜ୍ୟରେ ସମବାୟ ମନ୍ତ୍ରୀ ଥିବା ଖୋଦ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ ରେ, ସମବାୟ ବିଭାଗ ରେ ମହା ଦୁର୍ନୀତି ନେଇ ଚାଷୀ ଆଜି ଭେଟି ଛନ୍ତି ଆଠଗଡ ଉପଜିଲ୍ଲାପାଳ ଙ୍କୁ,ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗୁରୁଡ଼ିଝାଟିଆ, ଖମର ନୂଆଗାଁ ଅଞ୍ଚଳର ଚାଷୀ ମାନେ ଅଭୟ ବାରିକଙ୍କ ସହଯୋଗ ରେ ଥାର୍ଡ ଅଫିସର ଙ୍କୁ ଜିଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବା ପରେ ରଥଗଡା ଅଞ୍ଚଳରେ ଏକ ସାମ୍ବାଦିକ ସମିଳନୀ କରିଛନ୍ତି,ଏହି ସାମ୍ବାଦିକ ସମିଳନୀ ରେ ନରେନ୍ଦ୍ର ସେଠି,ଅମରେନ୍ଦ୍ର ପରିଡା,ପ୍ରତିମା ରାଉତ ପ୍ରମୁଖ ଚାଷୀ ଯେଉଁମାନଙ୍କ ନାମରେ ଗୁରୁଡ଼ିଝାଟିଆ ସୋସାଇଟି ସମ୍ପାଦକ ଲକ୍ଷଲକ୍ଷ ଟଙ୍କା ଋଣ କରିସେହି ଟଙ୍କାକୁ ଚଳୁ କରି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ମାନେ,ଚାଷୀ ମାନେ
ବର୍ତ୍ତମାନ କାନ୍ଦୁଥିବା ବେଳେ ସେମାନଙ୍କ ନାମରୁ ଆଗାମୀ ଦିନରେ ଯଦି ଋଣ ଟଙ୍କା କଟା ନଯିବ ତେବେ ଆଠଗଡ ନ ବେଢ଼ା ଅଞ୍ଚଳର ଚାଷୀମାନେ ଶେଷକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାଵନୀ ଦେଇଛନ୍ତି,ଗୁରୁଡ଼ିଝାଟିଆ ସୋସାଇଟି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଆସୁଥିବା ବେଳେ ଏହି ବ୍ୟାଙ୍କର ସଭାପତି ଥିଲେ ଖୋଦ ସମବାୟ ମନ୍ତ୍ରୀଙ୍କ ବଡଭାଇ, ଏହି ସାମ୍ବାଦିକ ସମିଳନୀ ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ଅଭୟ ବାରିକ,ଯେଉଁଥିରେ ସେ ଦର୍ଶାଇ ଛନ୍ତି ସମବାୟ ମନ୍ତ୍ରୀଙ୍କ ବଡଭାଇ ର ସଡୁଙ୍କୁ ଏହି ବ୍ୟାଙ୍କରେ ଆତିଥ୍ୟୟତା ପ୍ରଦାନ କରା ଯାଇଥିବା ଅଭିଯୋଗ କରିଛନ୍ତି,ଉଦୟାଲାବଣ୍ୟ ସମ୍ବାଦପତ୍ର ଏହି ଦୁର୍ନୀତି କୁ ଲୋକ ଲୋଚନକୁ ଆଣିଥିବା ବେଳେ ଏହି ଘଟଣା ରେ ସିସିବି ବ୍ୟାଙ୍କ ଓ ସୋସାଇଟି ର ମୋଟ ନ ଜଣ କର୍ମଚାରୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଯଦି ସତ ସାହସ ଅଛି ତେବେ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲନ୍ତୁ, ନଚେତ ଏହି ଚାଷୀ ଆନ୍ଦୋଳନ ଆଗକୁ ତୀବ୍ର ହେବାକୁ ଯାଉଛି, ମୁଖ୍ୟମନ୍ତ୍ରୀ ତୁରନ୍ତ ସୋସାଇଟି ଦୁର୍ନୀତି ଉପରେ ତଦନ୍ତ କରି ମନ୍ତ୍ରୀ ମଣ୍ଡଲରୁ ଦୁର୍ନୀତି ରେ ବୁଡି ରହିଥିବା ସମବାୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ହଟାଇ ଦେବାକୁ ଦାବି କରିଛନ୍ତି ଅଭୟ ବାରିକ।
ଦିନକୁଦିନ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ସୋସାଇଟି ରୁ ଯାଇ ସମବାୟ ଦୁର୍ନୀତି ୨୬ ଗୋଟି ସୋସାଇଟି ରେ ପହଁଚି ଲାଣି,ସମବାୟ ବିଭାଗ ,ତଥା ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି, ସମବାୟ ଦୁର୍ନୀତି ଉପରୁ କେବେ ପରଦା ଉଠୁଛି ତାହା ଦେଖିବାକୁ ବାକି ରହିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































