ଆଠଗଡ ସହର ଆଖ ପାଖ ଗ୍ରାମରେ ମାତିଛନ୍ତି ଗ୍ରୀଲ କଟା ଚୋର,ପୋଲିସ ନିରବ
ଆଠଗଡ(ଉଲାପ୍ର)ଆଠଗଡ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ ଏକମାସ ମଧ୍ୟରେ ଗ୍ରୀଲ କଟା ଚୋରଙ୍କ ପ୍ରାଦୃଭାବ ଯୋଗୁ ପନ୍ଦର ଗୋଟି ଘରୁ ଲୁଟ ହୋଇସାରିଲାଣି,ହେଲେ ଆଠଗଡ ଥାନା ପୋଲିସ ବାଡ଼ି ବୁଲୋଉ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ଠାରେ ପୋଲିସ ବାଡ଼ି ପହଁଚି ପାରି ନାହିଁ,ଯାହାକୁ ନେଇ ସହର ବାସି ଓ ଗ୍ରାମାଞ୍ଚଳର ଲୋକେ ପୋଲିସ ଉପରୁ ଆସ୍ଥା ତୁଟାଇ ଦେଲେଣି,
ଗତ ଏକମାସ ମଧ୍ୟରେ ଆଠଗଡ ସହର ସହିତ ଗ୍ରାମାଞ୍ଚଳରେ ଗ୍ରୀଲ ତଡା ଚୋରଙ୍କ ପ୍ରାଦୃଭାବ ବଢିଥିଲେ ମଧ୍ୟ ଆଠଗଡ ଥାନା ପୋଲିସ ଏହା ଉପରେ କିଛି ପଦକ୍ଷେପ ଗ୍ରହଣ କରିପାରିନାହିଁ,ଫଳରେ ଗ୍ରିଲତଡା ଚୋରଙ୍କ ମନୋବଳ ବୃଦ୍ଧି ପଶି ଚାଲିଛି, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରୀଲ ତଡା ଚୋରମାନେ ସ୍ଥାନୀୟ ବାଣିକଣ୍ଠ ନଗର ରେ ରହୁଥିବା ପୋଲିସ ଏସଆଇ ପ୍ରଫୁଲ ଲେଙ୍କାଙ୍କ ଘରେ ତାଙ୍କ ସହଧର୍ମିଣୀ ଏକା ଥିବାର ସୁଯୋଗ ନେଇ ଏକାଧିକ ଗ୍ରୀଲ ତଡା ଚୋର ଗ୍ରୀଲ ଭାଙ୍ଗି ଆଲମାରୀ ରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ କିଛି ନଗଦ ଟଙ୍କା ଲୁଟ କରିଥିବା ଆଠଗଡ ଥାନାରେ ଅଭିଯୋଗ ହୋଇଛି, ସେହିପରି ତାଙ୍କ ଘର ସାମନାରେ ରହୁଥିବା ନୀଳାଚଳ ଇସ୍ପାତ ନିଗମର ଅଫିସର ସ୍ୱାଧୀନ ପଣ୍ଡାଙ୍କ ଠାକୁର ଘର ଗ୍ରୀଲ ତାଡି ଘରେ ପଶିଥିଲେ ମଧ୍ୟ କିଛି ନେଇନାହାନ୍ତି,ଗତରାତିରେ ବର୍ଷା ହେଉଥିବାର ସୁଯୋଗ ନେଇ ଗ୍ରୀଲ ତଡା ଚୋର ମାନେ
ଏଭଳି ଚୋରି କରିଥିବା ଅନୁମାନ କରାଯାଉଛି।ଆଠଗଡ ଅଞ୍ଚଳରେ
ବାରମ୍ବାର ଚୋରି ହେଉଥିଲେ ମଧ୍ୟ ସାଧାରଣ ଲୋକ ଥାନାରେ ଏତେଲା ଦେଉଥିଲେ ମଧ୍ୟ ଆସାମୀ ମାନଙ୍କୁ ପୋଲିସ ଧରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହିଁ,ରାତ୍ରିକାଳୀନ ପେଟ୍ରୋଲିଂ ପୋଲିସ ଜମାରୁ କରୁନଥିବା ଅଭିଯୋଗ ହେଉଛି,ଆଠଗଡ ସହରକୁ ଦିନକୁ ଦିନ ରିଫୁଜି ବଙ୍ଗାଳି ସାଙ୍ଗକୁ ବାଂଲାଦେଶୀ ଲୋକଙ୍କ ଆତଯାତ ବଢିଥିଲେ ମଧ୍ୟ ପୋଲିସ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁ ସାଧାରଣ ଲୋକେ ଘର ଭଡା ଦେବାରେ କୌଣସି ଅସୁବିଧା ର ସମ୍ମୁଖିନ ହେଉ ନାହାନ୍ତି,ଫେରିବାଲା ଓ ବଙ୍ଗାଳୀଙ୍କ ଆଡ୍ଡାସ୍ଥଳୀ ପାଳଟିଲାଣି ଆଠଗଡ ସହର,ବିଶେଷ କରି କାଲୁ ବସ୍ତି,ମୁସଲିମ ବସ୍ତି ପ୍ରଭୁତି ଅଞ୍ଚଳ ରେ ବହୁଳ ଭାବେ
ଏମାନେ ରହୁଛନ୍ତି,ସ୍ଥାନୀୟ
ଲୋକ ମଧ୍ୟ ଏମାନଙ୍କ ସହିତ ସାମିଲ ଅଛନ୍ତି,ସ୍ଥାନୀୟ ଅଞ୍ଚଳର ଯୋଉ ଚୋର ମାନେ ଚୋରି କରୁଥିଲେ ସେମାନଙ୍କୁ ହାତକରି ବାହାର ଲୋକ ଏଭଳି ଘଟଣା ଘଟାଉଥିବା ସମ୍ଭାବନା ଅଧିକ ରହୁଛି,ଆଜି ଚୋରି ଘଟଣା କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ଅଲେଖ ପହି ଜାଣିବା ପରେ ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରିଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠଗଡ ପୋଲିସ କୁ ନିର୍ଦେଶ ଦେଇଛନ୍ତି।
ବାରମ୍ବାର ଆଠଗଡ ସହର ଆଖପାଖ ଅଞ୍ଚଳରେ ଲୁଟ,ରାହାଜାନୀ,ଚୋରି,ଡକାୟତି ଘଟଣା ଦିନକୁଦିନ ବଢି ଚାଲିଥିବା ବେଳେ ଆଠଗଡ ପୋଲିସ ହାତ ବାନ୍ଧି ବସିଛି,ପୋଲିସ କେବେ ଧରିବ ଚୋର କୁ ଦେଖିବାକୁ ବାକି ରହିଲା।
Odia 












































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































