ଆଶାକର୍ମୀଙ୍କ ୧୦ ଲକ୍ଷ ଟଙ୍କା ଇଣ୍ଟେନ୍ସିଭ ରାଶି ହଡପ ଅଭିଯୋଗ
ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭାଭ ସି :ଏଚ : ସି ଅଧିନରେ କାର୍ଯ୍ୟରତ ୭୨ ଜଣ ଆଶା କର୍ମୀଙ୍କ ୫ ମାସର ଇନଟେନସିଭ ଟଙ୍କା ପାଖାପାଖି ୧୦ ଲକ୍ଷ ଟଙ୍କା ହଡପ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଆଶା କର୍ମୀମାନେ, ୨୦୧୯ ଏପ୍ରିଲ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଆଶା କର୍ମୀ ମାନଙ୍କ ଡଭା ସିଏଚସି କୁ ଇନଟେନସିଭ ବାବଦକୁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଆଶା କର୍ମୀ ମାନଙ୍କ ଏକାଉଣ୍ଟରେ ଜମା ନ କରି ଡଭା ସିଏଚସି ର ଜନୈକ ଆକାଉଣ୍ଟାଣ୍ଟ ହଡପ କରି ଦେଇଥିବାର ଗୁରୁତ୍ୱ ର ଅଭିଯୋଗ ଆସିଛି । କାର୍ଯ୍ୟରତ ୭୨ ଜଣ ଆଶା କର୍ମୀ ଏ ସଂପର୍କରେ ଡଭା ସିଏଚସି ର ଅଧିକାରୀ ଓ ବରଗଡ଼ ସିଡିଏମଓ ଙ୍କୁ ବାରମ୍ବାର ଜଣାଉ ଥିଲେ ମଧ୍ୟ ଏ ଦିଗରେ ଅଧିକାରୀ ମାନେ କୌଣସି ପଦକ୍ଷେପ ନ ନେଇ ନିରବ ରହୁଛନ୍ତି କେବଳ ଟଙ୍କା ପାଇବ ବୋଲି ପ୍ରତିଶୃତି ଦେଉଛନ୍ତି । ଇତି ମଧ୍ୟରେ ସେହି ଆକାଉଣ୍ଟାଣ୍ଟଙ୍କର
ବଦଳି ହୋଇ ତାଳପାଲି ସିଏଚସି ରେ କାର୍ଯ୍ୟରତ ଅଛନ୍ତି, ଡବା
ସିଏଚସି ଇନଚାର୍ଜ ଡା ମଧୁମିତା ମେହେରଙ୍କୁ ପଚାରିବାରୁ ଆଶା କର୍ମୀଙ୍କ ଟଙ୍କା ହଡପ ହୋଇଥିବା ସ୍ପିକାର କରିବା ସହ ବରଗଡ଼ ସିଡିଏମ ଙ୍କୁ ଜଣାଇଥିବା କହିଛନ୍ତି । ଟୁହୁଙ୍ଗିଦାଦର ଗ୍ରାମର ଆଶା କର୍ମୀ ଶ୍ରୀ ମତୀ ସୁଷମା ବାରିକ ନୁଆଁଖାଇ ପୂର୍ବରୁ ଆଶା କର୍ମୀ ଙ୍କୁ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଅନୁରୋଧ କରିଛନ୍ତି । ଆଶା କର୍ମୀ ମାନଙ୍କ ଦରମା ନଥିବା ବେଳେ କେବଳ ଏହି ପ୍ରହୋତ୍ସାନ ରାଶି ଉପରେ ନିର୍ଭର କରି ଚଳିଥାନ୍ତି,ଏହି ଘଟଣା ନେଇ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































