ରାଜୀବଗାନ୍ଧୀଙ୍କ ଜନ୍ମଜୟନ୍ତୀ ରେ ଆଠଗଡ ଯୁବକଂଗ୍ରେସ ର ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଠଗଡ(ଉଲାପ୍ର)ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଠଗଡ଼ ଯୁବ କଂଗ୍ରସ ତରଫରୁ ବିଭନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।ସର୍ବ ପ୍ରଥମେ କଂଗ୍ରେସ୍ କାର୍ଯ୍ୟାଳୟରେ ରାଜୀବ ଗାନ୍ଧୀଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ କିଛି ସମୟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଆଠଗଡ଼ ଅଞ୍ଚଳର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ୱର୍ ରଖିଥିବା ଖୁଣ୍ଟକଟା ଗ୍ରାମର ସୁଶ୍ରୀ ସୁଭଲକ୍ଷ୍ମି ଦାସ ଏବଂ ଯୁକ୍ତ ୨ ରେ ସର୍ବାଧିକ ନମ୍ବର ରଖିଥିବା ଆଙ୍କୁଲା ଅଞ୍ଚଳର ଚିନ୍ମୟ 9
ଚିରସୁନ୍ଦରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ କର୍ମୀମାନେ ମନୋରଂଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ବେନ୍ତପଦା ଓ ବାଳୀ ଗ୍ରାମକୁ ଯାଇ ବୃକ୍ଷରୋପଣ କରିଥିଲେ । ବାଳି ଗ୍ରାମରେ ଥିବା ଦଳିତ ସାହିରେ ରନ୍ଧା ଖାଦ୍ୟ ବଣ୍ଟନ କର ଯାଇଥିଲା । ଏସବୁ କାର୍ଯ୍ୟକ୍ରମ କରାଯିବା ସମୟରେ କୋଭିଡ୍ କଟକଣା ସମସ୍ତେ ପାଳନ କରିଥିଲେ । ଘଣ୍ଟିଖାଲ ଗ୍ରାମରେ ସୌମ୍ୟରଞ୍ଜନ ଧଳ ଙ୍କୁ କୋଭିଡ ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିକ୍ରମ ବିକାଶ ରାୟ ସାମନ୍ତ, ପ୍ରଶାନ୍ତ ବେହେରା, ରୋନିତ୍ ରଞ୍ଜନ ବେହେରା, ଅବିନାଶ ପ୍ରଧାନ, ଶ୍ରୀତମ ଦାସ, ରଞ୍ଜନ କୁମାର ସେଠୀ, ଚନ୍ଦନ କୁମାର ସାହୁ ଏବଂ ରାହୁଲ କୁମାର ସାହୁ ଭାଗ ନେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































