ଆଠଗଡ କୁଲାଇଲୋ ଅସ୍ଥିଶଲ୍ୟ ଚିକିସ୍ଥା ସେବାକେନ୍ଦ୍ର ଉପରେ ଢେଲାମାଡ
ଆଠଗଡ ବ୍ଲକ ଅନ୍ତର୍ଗତ କୁଲା ଇଲୋ ଅସ୍ଥି ଚିକିସ୍ଥା ସଦନ ଉପରେ ହୋଇଛି ଢେଲା ମାଡ଼,ଗତ ରବିବାର ଦିନ ଅପରାହ୍ନରେ ପୋଲିସ ଉପସ୍ଥିତିରେ ହୋଇଛି ଢେଲା ମାଡ଼,ଏହା ପୂର୍ବରୁ ଗତବର୍ଷ ସେହି ଅସ୍ଥି ସେବା ସଦନ ଉପରେ ବୋମା ମାଡ଼ ହୋଇଥିଲା,ଆହି ମାମଲା ଏବେବି ଆଠଗଡ ଥାନାରେ ଥିବା ବେଳେ ପୁନର୍ବାର ଅସ୍ଥିସଦନ ଉପରେ ଢେଲା ମାଡ ହେବା ଘଟଣା କୁ ନେଇ ରୋଗୀମାନେ ଭୟଭୀତ ଅଛନ୍ତି,ସୋମବାର ଦିନ ଅସ୍ଥିସଦନ ତରଫରୁ ଏକ ସାମ୍ବାଦିକ ସମିଳନୀ କରାଯାଇ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ଏହି ଘଟଣାରେ କୁଲା ଇଲୋ ଗ୍ରାମର ତିନିଜଣ ଅସାମାଜିକ ଯୁବକ ସମ୍ପୃକ୍ତ ଥିବାରୁ ସେମାନଙ୍କ ନାମରେ ଥାନାରେ ଏତେଲା ଦିଆଯାଇଥିବା ପ୍ରକାଶ କରାଯାଇଛି,ଏହି ଘଟଣା ଯୋଗୁ କୁଲା ଇଲୋ ଅସ୍ଥିସଦନ ର ଅନ୍ତେବାସୀ ମାନେ ଭୟଭୀତ ଥିବାର ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଅସ୍ଥିଶଲ୍ୟ ଚିକିସ୍ଥା ସେବାସଦନର ମୁଖ୍ୟ ପ୍ରତାପରୁଦ୍ର ବେଉରାୟ,ସହ ପରିଚାଳକ ଗିରିଶ ଚନ୍ଦ୍ର ବେଉରାୟ, ପ୍ରଫୁଲଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଏଭଳି ଘଟଣାକୁ ଦୃଢ ନ8ନିନ୍ଦା କରିବା ସହିତ ଘଟଣା ଘଟିବା ବେଳେ ଚିଲିକା ବିଧାୟକ ତାଙ୍କ ପତ୍ନୀଙ୍କୁ ନେଇ କୁଲା ଇଲୋ ଚିକିସ୍ଥାଳୟ ରେ ଥିବା ବେଳେ ମେଡିକାଲ ଉପରକୁ ଅସାମାଜିକ ଯୁବକ ମାନେ ଢେଲା ପଥର ପ୍ରଭୁତି ଫୋପାଡିଥିଲେ,ଏହି ଘଟଣାକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ମଧ୍ୟ ନିନ୍ଦା କରିଛନ୍ତି, ସେ ପୋଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମ୍ବାଦିକ ସମିଲନି ରେ ପ୍ରତାପରୁଦ୍ର ବେଉରାୟ ପ୍ରକାଶ କରିଥିଲେ, ବାରମ୍ବାର ମେଡିକାଲ ଉପରେ ବୋମାମାଡ଼ ପଥରମାଡ ଘଟଣା ଘଟୁଥିବା ବେଳେ ପୋଲିସ ରାଜନୈତିକ ଲୋକମାନଙ୍କ ଛତ୍ରଛାୟା ତଳେ ରହି ଅସାମାଜିକ ଯୁବକ ମାନେ ଏଭଳି କାମ କରୁଥିବା ଯୋଗୁ ଆଠଗଡ ସନମାନ ରେ ଆଘାତ ହେଉଥିବା ଅଭିଯୋଗ ହୋଇଛି।
ରାଜ୍ୟର ପ୍ରତେକ ଜିଲା,ବାହାର ରାଜ୍ୟରୁ ହାଡ ଗୋଡ଼ ଭାଙ୍ଗି ଯାଇଥିବା ରୋଗୀମାନେ ପ୍ରତେକ ଦିନ ଏହି ମେଡିକାଲ କୁ ଆସି ଚିକିତ୍ସା ହେଉଥିବା ବେଳେ ଅସାମାଜିକ ଯୁବକ ମାନଙ୍କ ଏଭଳି ହୀନ କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































