ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ରେ ଭୂଷିତ ହୋଇଥିବା ପ୍ରଣବ ମୁଖାର୍ଜୀ ଙ୍କ ପରଲୋକ
ନୂଆଦିଲ୍ଲୀ(ଉଲାପ୍ର)ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଉପାଧି ରେ ଭୂଷିତ ହୋଇଥିବା ପ୍ରଣବ ମୁଖାର୍ଜୀ ଙ୍କ ୮୪ବର୍ଷ ବୟସରେ ଆର୍ମି ହସ୍ପିଟାଲ ରେ ପରଲୋକ ହୋଇଯାଇଛି,୨୦୧୯ ରେ ତାଙ୍କୁ ଭାରତରତ୍ନ ରେ ଭୂଷିତ କରାଯାଇଥିଲା,ସେ ପାଞ୍ଚଥର ରାଜ୍ୟସଭାକୁ ଓ ଦୁଇଥର ଲୋକସଭା କୁ ନିର୍ବାଚିତ ହୋଇଥିଲେ, ସେ ଥିଲେ କଂଗ୍ରେସ ର ଜଣେ ଟାଣୁଆ ନେତା,ପୂର୍ବତନ ପ୍ରଧାନମନ୍ତ୍ରୀ ଇଣ୍ଡିରାଗାନ୍ଧୀଙ୍କ ସେ ଥିଲେ ଜଣେ ଅତ୍ୟନ୍ତ ବିଶ୍ୱସ୍ତ,ଇଣ୍ଡିରାଗାନ୍ଧୀ,ରାଜୀଵଗାନ୍ଧି,ପିଭି ନରସିଂହ ରାଓ ଙ୍କ ସମୟରେ ସେ ଥିଲେ କଂଗ୍ରେସ ର ମେରୁ ଦଣ୍ଡ ଭାବେ ସାରା ଭାରତବର୍ଷରେ ପରିଚିତ ଲାଭ କରିଥିଲେ,ଏଭଳି ଏକ ଗୁଣିଜ୍ଞାନୀ ଲୋକଙ୍କୁ ଆଜି ଭାରତବର୍ଷ ହରାଇଛି ବୋଲି କହିଲେ ଅତୁକ୍ତି ହେବନାହିଁ,ତାଙ୍କ ପରଲୋକରେ ଆଜି ସାରା ଭାରତବର୍ଷ ସ୍ତବ୍ଧ ହୋଇଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































