ଆଠଗଡ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଠଗଡ(ଉଲାପ୍ର)ଚଳିତବର୍ଷ ଆଠଗଡ ଦଶହରା କୋଭିଡ କଟକଣା ମଧ୍ୟରେ ପାଳିତ ହେବ,ମଙ୍ଗଳବାର ଅପରାହ୍ନରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଠଗଡ ଡ଼ିଏସପି ଆଲୋକ ରଞ୍ଜନ ରାୟ,ତହସିଲଦାର ତପନ କୁମାର ଖୁଣ୍ଟିଆ,ସୂଚନା ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ,ଏହି ବୈଠକରେ ଆଠଗଡ ସହରର ସମସ୍ତ ପୂଜା କମିଟିର ସଦସ୍ୟ,ସାହି ପୂଜାକମିଟି ସଦସ୍ୟ,ସାମ୍ବାଦିକ,ପୋଲିସ,ସାଧାରଣ ଜନତା ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ, ସର୍ବସମତି କ୍ରମେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଦଶହରା ଉତ୍ସବ କୁ ସାର୍ବଜନୀନ ନକରି ପୂଜା ମଣ୍ଡପ ମଧ୍ୟରେ ସୀମିତ ରଖି ଦଶ ଜଣ ସଦସ୍ୟ ଙ୍କୁ ନେଇ ପୂଜା କରିବା ପାଇଁ ସ୍ଥିର କରାଯାଇ ଥିଲା,ଚଳିତ ବର୍ଷ ଭଷାଣି ଉତ୍ସବ କରା ନଯାଇ ଦୁଇଦିନରେ କେବଳ ଘଣ୍ଟ ବାଡେଇ ଭଷାଣି ଉତ୍ସବ ହେବବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି,ଏହା ସହିତ ପୀଠ ଗୁଡିକରେ ପୂଜା ସମୟରେ ଠାକୁରାଣୀ ଙ୍କୁ ତଥା ଅନ୍ୟାନ୍ୟ ଦେବାଦେବୀ ଙ୍କ ଆଗରେ ପରଦା ଢାଙ୍କିବାକୁ ସବୁ ପୂଜାମଣ୍ଡପ ମାନକୁ ନିର୍ଦେଶ ଦିଆଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































