ଆଠଗଡ ଖୁଣ୍ଟୁଣି ରାସ୍ତାର ଈଶ୍ୱରା ନିକଟରେ ମୁହାଁମୁହିଁ ବାଇକ ଧକା,ଜଣେ ଯୁବକ ମୃତ,ଅନ୍ୟଜଣେ ଗୁରୁତର
ଆଠଗଡ(ଉଲାପ୍ର) ଆଠଗଡ ଖୁଣ୍ଟୁଣି ରାସ୍ତାର ଇଶ୍ବରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଆଠଗଡ ମେଡିକାଲ ରେ ଭର୍ତି ହୋଇଛନ୍ତି, ମୃତକ ଜଣକ ହେଲେ ତୋଟାପଡା ଗ୍ରାମର ଅଜୟ ମହାନ୍ତି ଓ ଗୁରୁତର ଆହତ ଜଣଙ୍କ ହେଲେ ଖୁଣ୍ଟୁଣୀ ଗ୍ରାମର ସ୍ୟୈମ୍ଯ ରଞ୍ଜନ ସାହୁ ।ଘଟଣାରୁ ଜଣାପଡିଛି ଆଜି ଦିନ ଦୁଇଟା ସମୟରେ ଅଜୟ ମହାନ୍ତି ଦ୍ରୁତ ଗତିରେ ତୋଟାପଡାରୁ ଆଠଗଡ ପଦ୍ମସାହି ଶଶୁର ଘରକୁ ଆସୁଥିବା ସମୟରେ ସ୍ୟୈମ୍ଯ ରଞ୍ଜନ ସାହୁ ତାଙ୍କ ବାଇକରେ ଦ୍ରୁତ ଗତିରେ ଖୁଣ୍ଟୁଣୀ ଘରକୁ ଯାଉଥିଲେ,ଏହି ସମୟରେ ଦୁଇ ବାଇକ ଦ୍ରୁତ ଗତିରେ ଥିବାଯୋଗୁ ଦୁଇ ବାଇକ ଆରୋହୀ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ, ଘଟଣା ସ୍ଥଳରେ ଅଜୟଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ସୌମ୍ୟ ରଞ୍ଜନ ସାହୁଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ପଠାଇ ଦିଆଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































