ଆଠଗଡ, ତିଗିରିଆ,ବାଙ୍କି ବନ୍ୟାଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କଟକ ଜିଲ୍ଲା କଂଗ୍ରେସ କମିଟି
ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆଜି ଆଠଗଡ,ତିଗିରିଆଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସକାଳ ୧୧ ଟା ସମୟରେ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ନେତୃବୃନ୍ଦ ପ୍ରଥମେ ନୂଆପଟଣା ନିକଟରେ କିଛି ମାଛ ବ୍ୟବସାୟୀ ଙ୍କ ଦ୍ଵାରା ବନ୍ୟାଜଳ ଅବରୋଧ ହୋଇଥିବା ଭୂଇଆଁ ଜୋର କୁ ପରିଦର୍ଶନ କରିଥିଲେ। ପ୍ରାୟ ୧୨ ଟି ପଞ୍ଚୟତ ର ବନ୍ୟାଜଳ ସେହିବାଟେ ଦେଇ ନିଷ୍କାସିତ ହୋଇଥାଏ। ତା ପରେ ଆଠଗଡ ନିର୍ବାଚନ ମଣ୍ଡଳୀ ର ମଞ୍ଚେଶ୍ୱର ପଞ୍ଚାୟତ ର ଆଠଗଡପାଇକେରାପୁର ସଫେଇ ନାଳ, ବ୍ରାହ୍ମଣବସ୍ତ, ସୁନିଆମୁହଁ ବନ୍ୟାଜଳ ଅବରୋଧ ସ୍ଥାନ ବୁଲି ଦେଖିଥିଲେ। ବନ୍ୟାଜଳ ତୁରନ୍ତ ନିଷ୍କାସନ ପାଇଁ ସଫେଇ ନାଳ କୁ ଅଧିକ ପ୍ରଶସ୍ତ ଓ ଉଚ୍ଚା କରିବା ପାଇଁ ଜନସାଧାରଣ ପ୍ରସ୍ତାବ ଦେଇଥିଲେ। କଖଡ଼ି ପାଲାତୋଟା ନିକଟରେ ଜଣେ ବ୍ୟକ୍ତି ସରକାରୀ ଜାଗାକୁ ଅବରୋଧ କରିବା ଫଳରେ ସେ ଜାଗାରେ ବର୍ଷାଜଳ ଜମା ହୋଇ ସାହିଲୋକମାନଙ୍କ ଘରେ ପଶୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ତୁରନ୍ତ ସରକାରୀ ଜମିରୁ ବେଦଖଲ କରିବା ପାଇଁ ପ୍ରଶାସନ ଉପରେ ଚାପ ପକେଇବା ପାଇଁ ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ। ଧବଳେଶ୍ବର ଆଠଗଡ ରାସ୍ତା ରେ ଥିବା ନିଧିପୂର ପୋଲ କୁ ଉଚ୍ଚା କରିବା,କଣ୍ଟିଆ ସେତୁ କୁ ଉଚ୍ଚା କରାଗଲେ ଏହା ସବୁଦିନିଆ ରାସ୍ତା ହୋଇପାରନ୍ତା ଓ ଜଳ ନିଷ୍କାସନ ମଧ୍ୟ ସୁବିଧାରେ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକ କଂଗ୍ରେସ ନେତୃବୃନ୍ଦଙ୍କ ଆଗରେ କହିଥିଲେ। ରାସ୍ତାର ଦୁଇ ପାର୍ଶ୍ଵରେ ସବୁ ଚାଷଜମି ଜଳମଗ୍ନ ହୋଇଥିବା ଦେଖିଥିଲେ। ହଜାର ହଜାର ଏକର ଜମିରେ ଜଳମଗ୍ନ ହେଇ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି,ତୁରନ୍ତ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ବିଧାନସଭାରେ ଏ ପ୍ରସଙ୍ଗ ଉଠେଇବେ ବୋଲି କଟକ ବାରବାଟୀ ବିଧାୟକ ମହମଦ ମୋକିମ ପ୍ରତିଶୃତି ଦେଇଥିଲେ।
ତା ପରେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରେ ଯୁବ କଂଗ୍ରେସ ର ଏକ ବୈଠକ ରେ ଯୋଗଦେଇ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ।
ତିଗିରିଆ ଅଞ୍ଚଳ ର ଚଷାଆଁରା ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ଗଦାଧରପୁର, ବଡ ନାଉପୁଟ ଓ ହାଟମାଳ ପଞ୍ଚାୟତ ର କ୍ଷତିଗ୍ରସ୍ତ ଗ୍ରାମକୁ ଯାଇ ଲୋକମାନଙ୍କ ଜମି କ୍ଷୟକ୍ଷତି ସମ୍ପର୍କ ରେ ଅନୁଧ୍ୟାନ କରିଥିଲେ। ସବୁ ଜମିଫସଲ ଉଜୁଡିଯାଇଥିବା କଥା ଚାଷୀମାନେ କହିଥିଲେ।
ଏହି କଂଗ୍ରେସ ନେତୃମଣ୍ଡଳୀ ଙ୍କୁ ପରିଦର୍ଶନ କରେଇବାରେ ସ୍ଥାନୀୟ କଂଗ୍ରେସ ନେତା ସୁନୀଲ ସୁତାର,ମଙ୍ଗୁଳି ଚରଣ ପାଣି,ସୁଦର୍ଶନ ସାହୁ,ସୁରେନ୍ଦ୍ର ଜେନା,ଅଶୋକ ଦାସ,କିଶୋର ଚନ୍ଦ୍ର ସାମନ୍ତରାୟ,ମେହେବୁବ ଅହମଦ ଖାଁ, ସରୋଜ ଦାଶ, ମନୋରଞ୍ଜନ ଦାଶ, ପ୍ରସନ୍ନ ନାୟକ,ମାନସ ଜେନା,ଗିରିଜା ପଟନାୟକ,ଅନୁପମା ସ୍ୱାଇଁ,
ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟନାୟକ, ବିକ୍ରମ ରାୟ ସାମନ୍ତ,ଚନ୍ଦନ ବେହେରା,ପ୍ରଶାନ୍ତ ବେହେରା, ସୌମ୍ୟାଶ ରଥ,ଅବିନାଶ ବେହେରା ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଙ୍କ ସହ ଗସ୍ତ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































