ବିଚିତ୍ରାନନ୍ଦ ମୁଦୁଲି ଙ୍କ ପାଇଁ ତିଗିରିଆ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ତିଗିରିଆ(ଉଲାପ୍ର)ତିଗିରିଆ ଶଂକର୍ଷଣ ମହାଦେବଙ୍କ ମନ୍ଦିରରେ ତିଗିରିଆ ଵ୍ଲକକଂଗ୍ରେସ ତରଫରୁ ସ୍ବର୍ଗତଃ ଵିଚିତ୍ରାନନ୍ଦମୁଦୁଲି ଉଦ୍ଦେଶ୍ୟ ରେ ଶ୍ରଧାଂଜଳି ସଭ ଅନୁଷ୍ଠିତ ହୋଇଥିଲା।ଅଚଳକୋଟ ସରପଞ୍ଚ ଗୌରହରିପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଧାଂଜଳି ସଭାରେ ସର୍ଵଶ୍ରୀ ଗୀରିଜାଭୂଷଣ ପଟ୍ଟନାୟକ, ସରୋଜ ଦାସ,ମେହେଵୁଵ ଅହମ୍ମଦଖାଁ,ଜିତେନ୍ଦ୍ରମାଝି,ମାନସମଲ୍ଲିକ,ମନୋରଂଜନ ଦାସ ଓ ରଂକନିଧିବେହେରା ପ୍ରମୁଖ କଂଗ୍ରେସ ନେତା ମାନେ ସ୍ବର୍ଗତଃ ମୁଦୁଲିଙ୍କର ଗୁଣଗାନ କରିବାସହ ସେ କଟକ ଗ୍ରାମ୍ୟ ଉନ୍ନୟନ ଵିଭାଗର ନୀର୍ଵାହିଯନ୍ତ୍ରି,ଅଧିକ୍ଷଣଯନ୍ତ୍ରି ଓ ରାଜ୍ୟରମୂଖ୍ୟ ଯନ୍ତ୍ରୀ ଥିବା ସମୟରେ ତିଗିରିଆ ବ୍ଲକର ବିଭିନ୍ନ ଵିଦ୍ୟାଳୟ ଓ ରାସ୍ତା ଗୁଡ଼ିକର ଉନ୍ନତିକରଣ ପାଇଁ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ଆଲୋକ ପାତ କରିଥିଲେ।ପ୍ରଥମେ ସ୍ବର୍ଗତ ମୁଦୁଲିଙ୍କର ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ଉପସ୍ଥିତ ସମସ୍ତେ ସ୍ବର୍ଗତ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦଣ୍ଡାୟମାନ ହୋଇ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ।ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କଂଗ୍ରେସର ନେତା ଓ କର୍ମକର୍ତ୍ତା ଏହିଶ୍ରଧାଂଜଳୀ ସଭାରେ ଯୋଗଦାନ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































