ଆଠଗଡ ସମବାୟ ନିବନ୍ଧକ ଅଫିସ ଆଗରେ ଚାଷୀଙ୍କ ଋଣ display କରିବାକୁ ଚାଷୀଙ୍କ ଦାବିପତ୍ର ପ୍ରଦାନ
ଆଠଗଡ(ଉଲାପ୍ର)-ରାଜ୍ୟ ସମବାୟ ବିଭଗରେ ବ୍ୟାପକ ଦୃନୀତି ଓ ଋଣ ଜାଲିଆତି କୁ ନେଇ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ଯୁବ ସଙ୍ଗଠକ ଅଭୟ କୁମାର ବାରିକ ଙ୍କ ଦୀର୍ଘଦିନ ର ପ୍ରୟାସ ପରେ କଟକ ଜିଲ୍ଲା ସମବାୟ ବିଭାଗର DRCS କଟକ ଜିଲ୍ଲାର ସମସ୍ତ ARCS ମାନଙ୍କୁ ଏକ ଚିଠି କରିଛନ୍ତି ଋଣ ର ପରିମାଣ DISPLAY କରିବାକୁ।କିନ୍ତୁ ଋଣ ପରିମାଣ DISPLAY ନ ହେବାରୁ ଆଜି ବାଧ୍ୟ ହୋଇ ଯୁବ ସଙ୍ଗଠକ ଅଭୟ ବାରିକ ଙ୍କ ସମେତ ଚାଷୀମାନେ ଆଠଗଡ଼ ଚାଷୀଙ୍କ ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଆଗମୀ ଦିନରେ କଟକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ର
୨୬ଟି ଶାଖାରେ ଚାଷୀଙ୍କ ଋଣ ଟଙ୍କାକୁ display ନକରନ୍ତି ତେବେ ଆଠଗଡ arcs ଅଫିସ ଆଗରେ ନିର୍ବାଚନ ମଣ୍ଡଳୀ ର ଚାଷୀ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଭୟ ବାରିକ,ଯାହା ଜଣା ପଡ଼ିଛି ଆଠଗଡ ନିର୍ବାଚନ ମଣ୍ଡଳୀ ର ଚାଷୀଙ୍କ ନାମରେ ଋଣ କରି ତାକୁ ହଡପ କରିବାର ହବ ପାଲଟିଛି ଗୁରୁଡ଼ିଝାଟିଆ ସୋସାଇଟି, ଯୋଉଠି ପ୍ରଥମେ ଏହି କଳାଙ୍କରୀ ଧରାପଡିଥିଲା,କେବଳ ଏହି ସୋସାଇଟି ଉପରେ ଉଦୟାଲାବନ୍ୟ ସମ୍ବାଦପତ୍ର ର କ୍ଲିପିଙ୍ଗ କୁ ନେଇ ରାଜ୍ୟ ସମବାୟ ବିଭାଗ ତଦନ୍ତ କରି କୋଟିକୋଟି ଟଙ୍କା ଦୁର୍ନୀତି ହୋଇଥିବା ସ୍ପେସିଆଲ ଅଡିଟ ରିପୋର୍ଟରୁ ଜାଣିବାକୁ ମିଳିଥିଲା,ବିଶେଷ କରି ସମବାୟ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ ଏଭଳି ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଚାଷିମାନେ, ଆଉ ଏହି ଦୁର୍ନୀତି କେବଳ ଗୁରୁଡ଼ିଝାଟିଆ ରେ ଆଉ ସୀମିତ ହୋଇ ରହିନାହିଁ,ଏହା ସାରା ନିର୍ବାଚନ ମଣ୍ଡଳୀ ର ୨୬ ଗୋଟି ସୋସାଇଟି କୁ ବ୍ୟାପିଛି,ଏହାର ଚେର ଏତେ ତଳକୁ ଯାଇଛି ଯେ ପ୍ରାୟ ୨୬ ଗୋଟି ସୋସାଇଟି ରେ ଦୁଇଶହ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ଅଭୟ ବାରିକ ଦାବି କରିଛନ୍ତି।ନ ବେଢ଼ା ଅଞ୍ଚଳର ଚାଷୀମାନଙ୍କୁ ଧରି ଅଭୟ ବାରିକ ରଥଗଡା ପାର୍ଟି ଅଫିସ ଠାରୁ ସାମାଜିକ ଦୂରତା ଅବଲମ୍ବନ କରି ଏକ ଶୋଭାଯାତ୍ରାରେ ଯାଇ ଆଠଗଡ arcs ଅଫିସର ଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି,ଚାଷୀଙ୍କ ଟଙ୍କା ଲୁଟିଥିବା ସୋସାଇଟି ସମ୍ପାଦକ ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ବେଳେ ଚାଷୀ ତାର ନିଜର ହକ ପାଇଁ ଲଢେଇ ଜୋରଦାର କରିଥିବା ବେଳେ ଆଠଗଡ arcs ଅଫିସ ଆଗରେ ୨୦ରୁ ଅଧିକ ଫୋର୍ସ ମୃତୟନ କରାଯାଇ ଥିଲା,କେବଳ ୧୦ ଜଣ ଚାଷୀ ଆସି ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































