ଆଠଗଡ ସହରରେ କରୋନା ବେକାବୁ,ପ୍ରତିଦିନ ଯାଉଛି ଜୀବନ,ମିଳିତ ବ୍ୟବସାୟୀ ସଙ୍ଘ ୪୮ଘଣ୍ଟା ପାଇଁ ସହରକୁ କଲେ ସଟଡାଉନ
ଆଠଗଡ(ଉଲାପ୍ର)କେନ୍ଦ୍ରସରକାର ହୁଅନ୍ତୁ କି ରାଜ୍ୟ ସରକାର ସବୁ ମେଲା କରିଦେବା ପରେ ଏବେ କରୋନା ବେକାବୁ ଅବସ୍ଥାକୁ ଚାଲିଗଲାଣି,ବିଶେଷ କରି କଟକ ଜିଲା ଆଠଗଡ ରେ କରୋନା ପୁରା କାୟା ବିସ୍ତାର କରି ସାରିଛି,ଆଉ କରୋନା ପୁରା ବେକାବୁ ଅବସ୍ଥାକୁ ଚାଲିଗଲାଣି,ପୋଲିସ ପ୍ରଶାସନର ଢିଲାପଣ ଯୋଗୁ କରୋନାକୁ ରୋକିବାରେ ଆଠଗଡ ଉପଖଣ୍ଡ ପ୍ରଶାସନ ଓ ପୋଲିସ ସମ୍ପୁର୍ଣ୍ଣ ଫେଲ ମାରିଛି, ବିଶେଷ କରି ଆଠଗଡ ସହରରେ କରୋନା ପୁରା ବେକାବୁ ଅବସ୍ଥାକୁ ଚାଲି ଗଲାଣି,ସରକାର ସବୁ ଦୋକାନ ଗୁଡିକୁ ଖୋଲିଦେବା ଯୋଗୁ ଏବେ ଆଠଗଡ ଅବସ୍ଥା ସାଙ୍ଘାତିକ ଅବସ୍ଥା କୁ ଚାଲିଗଲାଣି,ପ୍ରତିଦିନ କିଛି ନା କିଛି ଲୋକ ସହରରେ ମୃତୁବରଣ କରୁଛନ୍ତି,ଯୋଉଥି ପାଇଁ ସହର ବାସି ପୁରାପୁରି ଭୟଭୀତ ହୋଇ ରହିଛନ୍ତି, ସରକାର ଆଉ
ସଟଡାଉନ କରିବା ପାଇଁ କୌଣସି ବ୍ୟବସ୍ଥା ନକରିବା ଫଳରେ ଆଠଗଡ ରେ ବେକାବୁ କରୋନାକୁ ଆୟତକୁ ଆଣିବା ପାଇଁ ସହରର ପାଞ୍ଚ ବ୍ୟବସାୟୀ ସଂଘ, କନ୍ତଲ ବ୍ୟବସାୟୀ ସଙ୍ଘ, ବିରକିଶୋରପୁର ବ୍ୟବସାୟୀ ସଂଘ ଲୋକଙ୍କ ହିତପାଇଁ ଆଗକୁ ଆସିଛନ୍ତି,ବେକାବୁ କ ରୋନାକୁ ଆୟତ୍ତ କରିବା ପାଇଁ ଆସନ୍ତାକାଲି ଠାରୁ ସହରକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରି ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେବା ପରେ ଆଜି ଆଠଗଡ ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି, ଏହା ସହିତ ଆସନ୍ତା ଅକ୍ଟୋବର ମାସ ଏକ ତାରିଖ ଠାରୁ ସହରର ସମସ୍ତ ଦୋକାନ ସକାଳ ୭ଘଟିକା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି,ପ୍ରତିଦିନ ଆଠଗଡ ସହରର ଗଳିକନ୍ଧି ସବୁଠି କରୋନା ପଜିଟିଭ ବାହାରୁଥିବା ଯୋଗୁ ବ୍ୟବସାୟୀ ସଂଘର ଏଭଳି ନିଷ୍ପତିକୁ ଆଠଗଡ ଜନସାଧାରଣ ବେଶ ପ୍ରନ୍ସସା କରିଛନ୍ତି, ବ୍ୟବସାୟୀ ମାନେ କହିଛନ୍ତି ନିଜେ ବଞ୍ଚିଲେ ସିନା ଦୋକାନ ଖୋଲିବେ,ଯୋଉଠି ସରକାର ସଟଡାଉନ ପାଇଁ ଆଉ ନିଷ୍ପତି ନେଇ ପାରୁନାହାନ୍ତି ସେଠି ଆଠଗଡ ର ବ୍ୟବସାୟୀ ସଂଘର ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































