ଆଠଗଡ ସହର ୪୮ଘଣ୍ଟା ପାଇଁ ସଟଡାଉନ,ବଢ଼ୁଛନ୍ତି ସଂକ୍ରମିତ ରୋଗୀ
ଆଠଗଡ(ଉଲାପ୍ର)ଆଠଗଡ ସହରକୁ ବ୍ୟବସାୟୀ ମାନେ ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିବା ପରେ ଆଜି ସହରର ସମସ୍ତ ଦୋକାନ,ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି,ଗତ କିଛିଦିନ ହେଲା ଆଠଗଡ ସହର ସହିତ,ଗ୍ରାମାଞ୍ଚଳରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଠଗଡ ସହରରେ ବିଭିନ୍ନ ଲୋକଙ୍କ ମୃତୁ ଘଟୁ ଥିବାରୁ ସହର ବାସୀ ତଥା ବ୍ୟବସାୟୀ ମାନେ ଭୟଭୀତ ହୋଇ ପଡିଛନ୍ତି,ସରକାର ସବୁ ଖୋଲା ମେଲା କରିଦେବା ଯୋଗୁ ଲୋକେ କିଛି ମାନୁନାହାନ୍ତି,ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି, ଯାହା ଫଳରେ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବଢି ଚାଲିଛି,ଅନ୍ୟପଟେ ଆଠଗଡ ରେ ପ୍ରଶାସନ ଓ ପୋଲିସ କରୋନା ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ସାଧାରଣ ଲୋକ ଅଭିଯୋଗ କରିବା ସହିତ ଭୟଭିତ ହୋଇ ରହିଛନ୍ତି,ଏପରି ସ୍ଥିତିରେ ପ୍ରଶାସନ କିଛି ପଦକ୍ଷେପ ନନେବା ଯୋଗୁ ଶେଷରେ ବାଧ୍ୟ ହୋଇ ସହରର ସମସ୍ତ ବ୍ୟବସାୟୀ ଏକାଠି ହୋଇ ସହରକୁ ୪୮ ଘଣ୍ଟା ସଟଡାଉନ କରିବା ପାଇଁ ଘୋଷଣା କରିବା ସହିତ ଅକ୍ଟୋବର୧ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସହର ରେ ବ୍ୟବସାୟୀ ମାନେ ସକାଳ ୭ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ଘୋଷଣା କରି ପ୍ରଶାସନ କୁ ଜଣାଇବା ପରେ ଆଠଗଡ ଏନଏସି ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ମଧ୍ୟ କରାଯାଇଥିଲା,ଆଠଗଡ ସହରର ବ୍ୟବସାୟୀ ମାନଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ବେଶ ପ୍ରନ୍ସସା କରାଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































