ଆଠଗଡ ସହର ଦ୍ୱିତୀୟ ଦିନ ପାଇଁ ସଟଡାଉନ
ଆଠଗଡ(ଉଲାପ୍ର)କରୋନା ସ୍ଥିତିକୁ ଦେଖି ଆଠଗଡ ସହରର ବ୍ୟବସାୟୀ ମାନେ ସହରକୁ ଦ୍ୱିତୀୟ ଦିନ ପାଇଁ ସଟଡାଉନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି,ଆଠଗଡ ସହର ସହିତ ଗ୍ରାମାଞ୍ଚଳରେ ଦିନକୁ ଦିନ କରୋନା ବେକାବୁ ହେଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଆଠଗଡ ସହରର ବ୍ୟବସାୟୀ ମାନେ ଏକାଠି ହୋଇଥିଲେ,ଆଉ ସହରକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ସମସ୍ତ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟ ସ୍ୱାଗତ କରିଛନ୍ତି,ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବ୍ୟବସାୟୀ ମାନେ ବନ୍ଦ ରଖିଥିବା ବେଳେ କେତେଜଣ ଅମାନିଆ ଚା ଦୋକାନୀ ଆଜି ବିରକିଶୋରପୁର ଚାନ୍ଦବାଲି ଛକ ମଝିରେ ଚା ଦୋକାନ ଖୋଲି ଥିବାର ଦେଖିବାକୁ ମିଳିଥିଲା,ମୋଟାମୋଟି ଭାବେ ଆଠଗଡ ସହରର ବ୍ୟବସାୟୀ ମାନେ ଶ୍ୱେତ ପ୍ରବୃତ୍ତ ଭାବେ ଦୋକାନ ବନ୍ଦ କରି ଜନସାଧାରଣଙ୍କୁ ସଚେତନତା ବାର୍ତା ବାଣ୍ଟିଛନ୍ତି, ଆସନ୍ତାକାଲି ଠାରୁ ୧୫ତାରିଖ ପର୍ଯ୍ୟନ୍ତ ଆଠଗଡ ସହରର ସମସ୍ତ ବ୍ୟବସାୟ,ପ୍ରତିଷ୍ଠାନ ସକାଳ ୭ଟା ଠାରୁ ଅପରାହ୍ନ ୨ଟା ପର୍ଯନ୍ତ ଖୋଲା ରହିବ ବୋଲି ମୂନ ଷ୍ଟାର କ୍ଲବ ତରଫରୁ ସୂଚନା ଦିଆଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































