ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି ନେଇ ଗଣଧାରଣା ଆରମ୍ଭ
.
ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟ
କ୍ରମ ଆରମ୍ଭ ହାଇଥିଲା.
ସୂଚନା ଅନୁଯାଇ ଛ ଦଫା ଦାବି ନେଇ ପୁର୍ବୁରୁ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତିଙ୍କର ସ୍ଵାକ୍ଷର ସାମ୍ବଲିତ ସ୍ମାରକ ପତ୍ର ଦିଆଯାଇଥିଲେ ହେଁ କୌଣସି କାର୍ଯ୍ୟା ନୁଷ୍ଠାନ ନିଆ ନଯିବାରୁ ଏହି ଗଣଧାରଣା ସୋମବାର ଠାରୁ ଆରମ୍ଭ କରାଯାଇଛି. ବଡମ୍ବା ବ୍ଲକର ବିଡ଼ିଓ ଗଣଧାରଣା ସଭାସ୍ଥଳ ରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା. ଦାବି ପୂରଣ ନହେବା ଯାଏ ଏହି ଗଣଧାରଣା ଜାରି ରହିବ ବୋଲି ଚିନ୍ମୟ ପଟ୍ଟନାୟକ ସୂଚନା ଦେଇଛନ୍ତି.
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































